ବନବିଭାଗର ଚଢ଼ାଉ ; ୨ଗିରଫ

କଳାହାଣ୍ଡି : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଗୌଡକର୍ଲାଖୁଣ୍ଟାଠାରୁ ଚୋରାଚାଲାଣ ହେଉଥିବା ୭୦ ଖଣ୍ଡ ଶାଳ କାଠ ଜବତ କରିଛି ବନ ବିଭାଗ । ଯାହାର ଆନୁମାନିକ ମୁଲ୍ୟ ୩୫ ରୁ ୪୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି ।

ସୂଚାନା ଅନୁଯାୟୀ, ରେଞ୍ଜର କେଶବ ମାଝୀଙ୍କ ନେତୃତ୍ବରେ ସୋମବାର ରାତିରେ ପାଟ୍ରୋଲିଂ କରିବା ସମୟରେ କାଠ ଚୋରାଚାଲାଣ କରାଯାଉଥିବା ଖବର ପାଇ ଚଢାଉ କରିଥିଲେ । ଗୋଟିଏ ବୋଲେରୋ ଏବଂ ପିକଅପରେ ବଲାଙ୍ଗିରକୁ ଜିଲାକୁ ଏହି ଶାଳ କାଠ ଗୁଡ଼ିକ ଚାଲାଣ ହେଉଥିଲା । ବନ ବିଭାଗ ଚଢ଼ାଉ କରି ଗାଡି ମାଲିକ ହରିହର ମିଶ୍ର ଓ ଡ୍ରାଇଭର ମିତ୍ର ପୋଢକୁ ଗିରଫ କରିଛି । ତେବେ ଆଉ ଜଣେ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ଉଭୟ ଗାଡିକୁ ଜବତ କରିବା ସହ ଗିରଫ ଦୁଇଜଣଙ୍କୁକୁ କୋର୍ଟ ଚାଲାଣ କରାଯାଇଛି ।

Comments are closed.