ଅବକାରୀ ବିଭାଗର ଚଢାଉ : ୨୬ କେଜି ଗଞ୍ଜେଇ ଜବତ

0

କଲମପୁର : କଳାହାଣ୍ଡି ଜିଲା ଧର୍ମଗଡ ଅବକାରୀ ବିଭାଗ ତରଫରୁ ଶନିବାର ଦିନ କଲମପୁର ବ୍ଲକ ଅନ୍ତର୍ଗତ ପାଣିଗାଁ ଓ ଡୁମେରମୁଣ୍ଡା ଠାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଦୁଇ ଜଣଙ୍କ ଘରୁ ବେନିୟମ ଭାବେ ରଖିଥିବା ୨୬.୫ କେଜି ଗଞ୍ଜେଇ ଜବତ ହେବା ପରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଅବକାରୀ ବିଭାଗ ଦ୍ୱାରା ଗିରଫ ହେବା ଘଟଣା ଅଂଚଳରେ ଆଲୋଚନାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁସାରେ ଧର୍ମଗଡ ଅବକାରୀ ବିଭାଗ ଇନିସ୍ପେକ୍ଟର ଜଗଦିଶ ପ୍ରସାଦ ନାଥଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ସବ୍‍ ଇନିସ୍ପେକ୍ଟର ଶୁସାନ୍ତ କୁମାର ପଣ୍ଡା, ଏ.ଏସ.ଆଇ ବାଲି ସୁନା, ରାଜକୁମାରୀ ଶବର ପ୍ରମୁଖ ଡୁମେରମୁଣ୍ଡାର ଝନକ ନାଏକ ନାମ୍ନୀ ମହିଳାଙ୍କ ଘରେ ଖାନ ତଲାସୀ କରିଥିଲେ ଏହି ସମୟରେ ତାଙ୍କ ଘରେ ବେନିୟମ ଭାବେ ଗଚ୍ଛିତ ରଖିଥିବା ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଏହାପରେ ପାଣିଗାଁ ମୋହନ ନାଏକଙ୍କ ଘର ଖାନ ତଲାସୀ କରିଥିଲେ ସେଠାରେ ମଧ୍ୟ ବେନିୟମ ଗଚ୍ଛିତ ଗଞ୍ଜେଇ ଜବତକରିଥିଲେ। ଉଭୟଙ୍କ ଘରୁ ସର୍ବମୋଟ ୨୬.୫ କେ.ଜି ଗଞ୍ଜେଇ ଜବତ କରିଥିବା ଇନିସ୍ପେକ୍ଟର ଶ୍ରୀ ନାଥ ସୁଚନା ଦେଇଛନ୍ତି। ଅନ୍ୟପଟେ ଗିରଫ ମହିଳାଙ୍କ ସ୍ୱାମୀ ଅନ୍ୟତ୍ର ରହୁଥିବା ବେଳେ ୩ ଗୋଟି ନା ବାଳକ ସନ୍ତାନ ଘରେ ଅସହାୟ ଅବସ୍ଥାରେ ରହିଛନ୍ତି।

 

Leave A Reply