ପ୍ରାତଃ ଭ୍ରମଣରେ ଯାଇ ଆଉ ଫେରିଲେନି ଯୁବକ

0

କଳାହାଣ୍ଡି: ଡୁମେରମୁଣ୍ଡାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣଙ୍କ ଶନିବାର ସକାଳେ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଆଉ ଫେରି ନଥିଲେ । ପରେ ତାଙ୍କ ମୃତଦେହ ଡୁମେରମୁଣ୍ଡା ଏକ ବୁଦା ମୂଳରୁ ଉଦ୍ଧାର ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply