ଦୁଇ ନାବାଳିକାଙ୍କ ସଲିଳ ସମାଧି

0

କଳାହାଣ୍ଡି : ସରା ରାଜ୍ୟରେ ମା’ଙ୍କ ବିସର୍ଜନକୁ ନେଇ ଭସାଣ ଉତ୍ସବ ଚାଲିଥିବା ବେଳେ ଶନିବାର ଦୁଇ ଜଣ ନାବାଳିକା ସଲିଳ ସମାଧି ନେଇଛନ୍ତି । ଏହି ଦୁଃଖଦ ଖବର କଳାହାଣ୍ଡି ଜିଲା କେସିଙ୍ଗା ଗାଁରୁ ଆସିଛି । ପୋଖରୀରେ ଗଧୋଇବାକୁ ଯାଇ ୨ ନାବାଳିକା ବୁଡି ଯାଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ମଧ୍ୟରୁ ଜଣଙ୍କ ବୟସ ୧୫ ଓ ଅନ୍ୟ ଜଣଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡିଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଘେଳି ଯାଇଛି ।

Leave A Reply