ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

କଳାହାଣ୍ଡି:ଶନିବାର ସକାଳେ ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କାର୍ୟ୍ୟାଳୟ ପରିସରରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତଦେହ ନିକଟରେ ଏକ ପ୍ଲାଷ୍ଟିକ୍‌ ଷ୍ଟୁଲ୍‌ ପଡ଼ିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଜଣଙ୍କ ହେଲେ ଭୂଦେବ ଏବଂ ସେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟରେ ଏକ ଛୋଟ ଠେଲା ଗାଡିରେ ଜଳଖିଆ ବିକ୍ରି କରୁଥିବା ଜଣାପଡିଛି ।

Leave A Reply