‘ତାନାଜୀ-ଦି ଅନ୍‍ସଙ୍ଗ୍‍ ୱାରିୟର’: ଦମ୍‍ଦାର୍‍ ମରାଠୀ ଲୁକ୍‌ରେ କାଜୋଲ

ମୁମ୍ବଇ: ଆଗାମୀ ଚଳଚ୍ଚିତ୍ର ‘ତାନାଜୀ-ଦି ଅନ୍‍ସଙ୍ଗ୍‍ ୱାରିୟର’ମାଧ୍ୟମରେ ଦୀର୍ଘ ଦିନ ପରେ ଅଜୟ ଦେବଗନ୍‍ ଓ କାଜୋଲଙ୍କ ଯୋଡ଼ି ବଡ଼ ପରଦାରେ ଦେଖିବାକୁ ମିଳିବ। ଏହି ଐତିହାସିକ ଚଳଚ୍ଚିତ୍ରରୁ କାଜୋଲଙ୍କ ପ୍ରଥମ ଲୁକ୍‍ ସୋମବାର ସାମ୍ନାକୁ ଆସିଛି। ଏଥିରେ କାଜୋଲ ତାନାଜୀଙ୍କ ପତ୍ନୀ ସାବିତ୍ରୀ ବାଈ ମାଲୁସରେ ଭୂମିକାରେ ଅଭିନୟ କରିଛନ୍ତି। କାଜୋଲ ସାମାଜିକ ଗଣମାଧ୍ୟମରେ ନିଜର ଏହି ଲୁକ୍‍ ଶେୟାର କରିଛନ୍ତି। ଏହି ଲୁକ୍‍ ପୋଷ୍ଟରରେ କାଜୋଲ ମରାଠୀ ବେଶରେ ନଜର ଆସିଛନ୍ତି। ତାଙ୍କର ଏହି ରୂପ ଦମ୍‍ଦାର୍‍ ଓ ପ୍ରଭାବଶାଳୀ ମଧ୍ୟ ଲାଗୁଛି।
ସୂଚନାଯୋଗ୍ୟ, ‘ତାନାଜୀ’ ସପ୍ତଦଶ ଶତାବ୍ଦୀର କାହାଣୀ ଉପରେ ଆଧାରିତ। ଅଜୟ ଦେବଗନ୍‍ ଫିଲ୍ମସ୍‍ ଓ ଟି-ସିରିଜ୍‍ର ମିଳିତ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଓମ୍‍ ରାଉତ ବହନ କରିଛନ୍ତି। ଏହା ୧୦ ଜାନୁଆରୀ ୨୦୨୦ରେ ମୁକ୍ତିଲାଭ କରିବ।

Comments are closed.