ଘର ହେଉ ବା ଅଫିସ, ବାସ୍ତୁ ଦୋଷ ଦୂର ପାଇଁ ରଖନ୍ତୁ କଇଁଞ୍ଚ

ପ୍ରତି ଘରେ କିଛି ନା କିଛି ବାସ୍ତୁ ଦୋଷ ଅବଶ୍ୟ ରହିଥାଏ । ଯାହା ଫଳରେ ପରିବାର ସଦସ୍ୟଙ୍କ ଉନ୍ନତି ହୋଇନଥାଏ । ପ୍ରତିଦିନ କୌଣସି ନା କୌଣସି ସମସ୍ୟା ଲାଗି ରହିଥାଏ । ଘର ଲୋକଙ୍କ ଖୁସୀ ଓ ସୁଖ ସମୃଦ୍ଧି ପାଇଁ ଫେଙ୍ଗଶୁଇ କଇଁଞ୍ଚର ପ୍ରୟୋଗ ଉତ୍ତମ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଘରେ କଇଁଞ୍ଚ ରଖିବାର ସୁଫଳ ବିଷୟରେ…

ଫେଙ୍ଗଶୁଇ କଇଁଞ୍ଚ କ’ଣ ?

କଇଁଞ୍ଚ ଘରେ ଓ ବେପାରରେ ଧନ ବୃଦ୍ଧିରେ ସହାୟକ ହୋଇଥାଏ । ଧନ ବୃଦ୍ଧିର ଏକ ଅଦ୍ଭୁତ ବା ଚମତ୍କାର ଶକ୍ତି କଇଁଞ୍ଚରେ ରହିଛି । କଇଁଞ୍ଚର ମୁହଁରେ ଏକ ମୁଦ୍ରା ରହିଥାଏ । ବ୍ରହ୍ମାଣ୍ଡର ସମସ୍ତ ସକାରାତ୍ମକ ଶକ୍ତି ମଧ୍ୟରୁ ଏକ ପ୍ରକାରର ସକାରାତ୍ମକ ଶକ୍ତି କଇଁଞ୍ଚରେ ରହିଛି ।

ଜଳ ଓ ସ୍ଥଳ ଉଭୟ ସ୍ଥାନରେ କଇଁଞ୍ଚ ରହିଥାଏ । ପୃଥିବୀ ଉପରେ କଇଁଞ୍ଚ ନିଜ ପ୍ରତିଭାରେ ଶକ୍ତି ଉତ୍ପନ୍ନ କରିଥାଏ । କଇଁଞ୍ଚ ଆଣିବା ଦ୍ବାରା ଘର, କାର୍ଯ୍ୟାଳୟ, ଫ୍ୟାକ୍ଟ୍ରି, ଦୋକାନ ଏବଂ ବେପାର ସ୍ଥଳରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଯାହା ଫଳରେ ସେହି ସ୍ଥାନର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଧନ ଉର୍ପାଜନାର କ୍ଷମତା ବୃଦ୍ଧି ହୋଇଥାଏ । ମାନସିକ ଚିନ୍ତା ଦୂର ହୋଇଥାଏ ଏବଂ ବନ୍ଦ ହୋଇ ପଡିଥିବା ପଡିକାର୍ଯ୍ୟ ଶୀଘ୍ର ସମ୍ପର୍ଣ୍ଣ ହୋଇଥାଏ । ଧନ ଲାଭ ପାଇଁ ଘରେ, ଫ୍ୟାକ୍ଟ୍ରି ଏବଂ ଦୋକାନରେ ଭିତରକୁ ମୁହଁ କରି କଇଁଞ୍ଚକୁ ଲୁଚାଇ ରଖାଯାଏ ।

କଇଁଞ୍ଚ ଘରର ବାସ୍ତୁ ଦୋଷ ଦୂର କରେ

ଘରର ଦକ୍ଷିଣ ଓ ପଶ୍ଚିମ ମୁଖୀ କେନ୍ଦ୍ରରେ ଏକ କଇଁଞ୍ଚ ରଖିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଘରର ମଧ୍ୟ ଭାଗରେ କଇଁଞ୍ଚ ରଖିବା ଦ୍ବାରା ନବଗ୍ରହ ସମାନ ଶକ୍ତି ଉତ୍ପନ୍ନ କରିଥାଆନ୍ତି । ଏହା ଦ୍ବାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ଜାତକରେ ସବୁ ଗ୍ରହ ଶୁଭ ସ୍ଥାନରେ ରହିଥାଆନ୍ତି ।

ମୁଖ୍ୟ ଦ୍ବାରରେ ଭିତର ପଟକୁ ମୁହଁ କରି କଇଁଞ୍ଚ ଲଗାନ୍ତୁ । ଏହାଦ୍ବାରା ମାନସିକ ଶାନ୍ତି ମିଳିବା ସହ ବାସ୍ତୁ ଦେଷ ଠିକ୍ ହୋଇଥାଏ । ଯଦି ଆପଣଙ୍କ ବେପାର ଭଲ ଚାଲୁନାହିଁ ବା ଅଫିସରେ କିଛି ସମସ୍ୟା ରହିଛି ତେବେ ଆପଣଙ୍କ ଅଫିସ ଓ ଘରେ ଗୋଟିଏ-ଗୋଟିଏ କଇଁଞ୍ଚ ରଖନ୍ତୁ । ଯେଉଁ ଘରେ କଇଁଞ୍ଚ ରହେ ସେହି ଘରର ଲୋକଙ୍କୁ ରୋଗ ବେମାରୀ ଶୀଘ୍ର ଗ୍ରାସ କରେ ନାହିଁ ।

ପାଠପଢା ଏବଂ ଚାକିରୀରେ ଲାଭ ଦିଏ କଇଁଚ

ଯଦି ଆପଣଙ୍କ ଅଫିସରେ କାମରେ ମନ ଲାଗୁନାହିଁ ବା ଅଫିସରେ ପଦନ୍ନୋତି ହେଉ ନାହିଁ ତେବେ ଅଫିସର ଟେବୁଲ ଉପରେ କଇଁଞ୍ଚ ରଖିଲେ ଲାଭ ମିଳିବ ।

ଯେଉଁ ବିଦ୍ୟାର୍ଥୀଙ୍କ ପାଠରେ ମନ ଲାଗୁନାହିଁ ବା ପାଠପଢାରେ ଉତ୍ତମ ନମ୍ବର ରଖୁନାହାଁନ୍ତି ସେମାନଙ୍କ ପଢା ଟେବୁଲ ଉପରେ କଇଁଞ୍ଚ ରଖିବା ଉଚିତ୍ । ଏହା ଦ୍ବାରା ପାଠରେ ମନ ଲାଗିବା ସହ ପରୀକ୍ଷାରେ ଉତ୍ତମ ନମ୍ବର ଆସିଥାଏ ।

Comments are closed.