ଭଗବାନ ବିଷ୍ଣୁଙ୍କ କଚ୍ଛପ ଅବତାରର ରହସ୍ୟ

0

ଶ୍ରୀମଦ୍ ଭଗବତ ଗୀତା ଅନୁଯାୟୀ, ଭଗବାନ ବିଷ୍ଣୁ ସ୍ବୟଂ ବାସ୍ତବିକ ସ୍ବରୂପ ଅଟନ୍ତି। ସେ ସମୟ ଅନୁଯାୟୀ ଦୁଷ୍ଟଙ୍କ ସଂହାର କରିବା ପାଇଁ ଧରିତ୍ରୀରେ ଭିନ୍ନ ଭିନ୍ନ ଅବତାର ନେଇ ପ୍ରକଟ ହୋଇଥାଆନ୍ତି। ଭଗବାନ ବିଷ୍ଣୁଙ୍କର ଦଶଟି ଅବତାର ରହିଛି। ସେହି ଅବତାର ମଧ୍ୟରୁ କଚ୍ଛପ ଅବତାର ଗୋଟିଏ। ଆପଣ ଜାଣିଛନ୍ତି କି ଭଗବାନ ବିଷ୍ଣୁ କଚ୍ଛପ ଅବତାର କ’ଣ ପାଇଁ ନେଇଥିଲେ। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ କଚ୍ଛପ ଅବତାର ନେଇଥିଲେ। ସମୁଦ୍ର ମନ୍ଥନ ସମୟରେ ବାହାରି ଥିବା ଅମୃତ ପାନ କରିବା ପାଇଁ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ବିବାଦ ଉତ୍ପନ୍ନ ହୋଇଥିଲା। ବିବାଦ ଆସ୍ତେ ଆସ୍ତେ ସଂଘର୍ଷର ରୂପ ନେଇଥିଲା। କୁହାଯାଇଛି ଯେ, ରାଜା ବଳୀଙ୍କ ରାଜ୍ୟରେ ଦୈତ୍ୟ, ଅସୁର ଓ ଦାନବ ଅଧିକ ବଳଶାଳୀ ହୋଇଯାଇଥିଲେ। ସେମାନଙ୍କୁ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଶକ୍ତି ପ୍ରାପ୍ତି ହୋଇଥିଲା। ସେହି ସମୟରେ ଦୁର୍ବାଶା ଋଷିଙ୍କ ଅଭିଶାପ ଯୋଗୁଁ ଇନ୍ଦ୍ରଦେବଙ୍କ ଶକ୍ତି କ୍ଷୀଣ ହୋଇଯାଇଥିଲା। ଏହି କାରଣରୁ ଦୈତ୍ୟ ରାଜା ବାଳୀ ତିନିଲୋକରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ଏହି ସ୍ଥିତିରୁ ରକ୍ଷା ପାଇବା ପାଇଁ ସମସ୍ତ ଦେବତାଗଣ ବ୍ରହ୍ମାଙ୍କ ସହ ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ। ଭଗବାନ ବିଷ୍ଣୁ କେବଳ ଏହି ବିପତ୍ତିରୁ ସେମାନଙ୍କୁ ରକ୍ଷା ପାଇବାର ଉପାୟ କହିଥିଲେ।

ଭଗବାନ ବିଷ୍ଣୁ ସେମାନଙ୍କୁ କହିଥିଲେ ଯେ, ଏହି ସଙ୍କଟ ସମୟରେ ମୈତ୍ରୀଭାବ ରଖିବା ଉଚିତ। ଏହି ସମୟରେ ଦେବତାମାନେ ଦୈତ୍ୟମାନଙ୍କ ସହ ମିତ୍ରତା କରିବା ଉଚିତ। ଏବଂ କ୍ଷୀର ସାଗରକୁ ମନ୍ଥନ କରି ଅମୃତ ପାନ କରିବା ଉଚିତ। ଏହି କାର୍ଯ୍ୟ ସମସ୍ତ ଅସୁରମାନଙ୍କ ସହାୟତାରେ ପୂରଣ ହୋଇ ପାରିବ ବୋଲି ଭଗବାନ ବିଷ୍ଣୁ ଦେବତାମାନଙ୍କୁ ଜଣାଇଥିଲେ। ଏହି କଥା ଇନ୍ଦ୍ର ରାଜା ବଳୀଙ୍କୁ ଜଣାଇଥିଲେ। ଏହାପରେ ଉଭୟ ଅସୁର ଓ ଦେବତାଗଣ ସମୁଦ୍ର ମନ୍ଥନରେ ଭାଗ ନେଇଥିଲେ। ସମୁଦ୍ର ମନ୍ଥନ ପାଇଁ ମନ୍ଦ୍ରାଚଳ ପର୍ବତ ଓ ବାସୁକି ନାଗଙ୍କର ସହାୟତା ନିଆଯାଇଥିଲା। ସେତେବେଳେ ଭଗବାନ ବିଷ୍ଣୁ କଚ୍ଛପ ଅବତାର ଗ୍ରହଣ କରିଥିଲେ। ଭଗବାନ ବିଷ୍ଣୁ କଚ୍ଛପ ଅବତାର ନେଇ ନିଜ ପିଠିରେ ମନ୍ଦ୍ରାଚଳ ପର୍ବତକୁ ରଖିଥିଲେ।

Leave A Reply