କାବୁଲରେ ଲଗାତାର ବିସ୍ଫୋରଣ: ୩୦ ମୃତ, ୨୩ ଆହତ

0

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମାଞ୍ଚଳରେ ନୂଆ ବର୍ଷ ପାଳନ ସମୟରେ ଏକ ଧାର୍ମିକସ୍ଥଳରେ ଲଗାତାର ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ହେବା ସହ ୨୩ ଜଣ ଆହତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ବିସ୍ଫୋରଣ କିଭଳି ହେଲା ଜଣାପଡ଼ିନଥିଲେ ମଧ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ତିନି ତିନି ଥର ମୋର୍ଟାର ମାଡ ଯୋଗୁ ଏଭଳି ଘଟିଛି। ଆଫଗାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଓ ୨୩ ଆହତ ହୋଇଥିବା ସ୍ପଷ୍ଟ କରିଛି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି।

Leave A Reply