ଏପ୍ରିଲ ୨୬ରେ କାଳଷ୍ଟମୀ ; ଜାଣନ୍ତୁ ଭୈରବଙ୍କୁ ପ୍ରସନ୍ନ କରିବାର ଉପାୟ

ପ୍ରତ୍ୟେକ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ କାଳାଷ୍ଟମୀର ତିଥି ଭାବରେ ଭଗବାନ ଭୈରବଙ୍କର ବିଶେଷ ରୂପରେ ସାଧନା ଓ ଆରାଧନା କରାଯାଏ । ତନ୍ତ୍ରମନ୍ତ୍ର ସାଧକଙ୍କ ଅନୁସାରେ ଭଗବାନ ଭୈରବଙ୍କୁ ପରମ ଶକ୍ତିଶାଳୀ ରୁଦ୍ର ବୋଲି କୁହାଯାଇଛି । ଭଗବାନ ଭୈରବଙ୍କୁ ଦେବାଧିଦେବ ଭଗବାନ ଶିବଙ୍କ ଏକ ଅବତାର ବୋଲି ବିଶ୍ବାସ କରାଯାଏ । ଏପ୍ରିଲ ୨୬ ତାରିଖ କାଳାଷ୍ଟମୀରେ କାଶୀର କୋତୱାଲ କୁହାଯାଉଥିବା ଭୈରବଙ୍କୁ ପୂଜା କରାଯାଏ । ଭଗବାନ ଭୈରବ ଏଭଳି ଏକ ଦେବତା ଯାହାଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କର କୌଣସି ପ୍ରକାର ବାଧା, ଭୂତ-ପ୍ରେତ ଏବଂ ତନ୍ତ୍ର-ମନ୍ତ୍ରର ପ୍ରଭାବ ରହିବ ନାହିଁ ।

କାଳଭୈରବଙ୍କ ଜନ୍ମକୁ ନେଇ ପୁରାଣରେ ଏକ ବଡ ରୋଚକ କଥା ରହିଛି । ଶିବ ପୁରାଣ ଅନୁଯାୟୀ, ଏକଦା ବ୍ରହ୍ମା ଓ ବିଷ୍ଣୁ ମଧ୍ୟରେ କିଏ ସର୍ବଶ୍ରେଷ୍ଠ ତାହାକୁ ନେଇ ବାଦ-ବିବାଦ ଉପୁଜିଥିଲା। ଉଭୟ ନିଜକୁ ଶ୍ରେଷ୍ଠ ବୋଲି କହିଥିଲେ ଏବଂ ପରସ୍ପର ମଧ୍ୟରେ ଯୁଦ୍ଧ କରିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ସବୁ ଦେବତାମାନେ ବେଦଙ୍କ ନିକଟରେ ପହଞ୍ଚିଥିଲେ । ବେଦ ଉତ୍ତରରେ କହିଥିଲେ ଯେ, ଯାହାଙ୍କ ମଧ୍ୟରେ ଚରାଚର ଜଗତ, ଭୂତ, ଭବିଷ୍ୟ ଓ ବର୍ତ୍ତମାନ ସମାହିତ ହୋଇ ରହିଛି ସେ ହେଉଛନ୍ତି ଭଗବାନ ଶିବ ସର୍ବଶ୍ରେଷ୍ଠ ।

ବେଦ ଦ୍ବାରା ଭଗବାନ ଶିବଙ୍କ ମହିମା ଶୁଣିବା ପରେ ବ୍ରହ୍ମାଙ୍କ ପସନ୍ଦ ହେଲା ନାହିଁ ଏବଂ ସେ ନିଜର ପଞ୍ଚମ ମୁଖରେ ଭଗବାନ ଶିବଙ୍କୁ ଖରାପ କରି କହିଥିଲେ । ଏହା ଦ୍ବାରା ବେଦ ଅତ୍ୟନ୍ତ ଦୁଃଖୀ ହୋଇଥିଲେ । ଏହି ସମୟରେ ଏକ ଦିବ୍ୟଜ୍ୟୋତି ରୂପରେ ଭଗବାନ ରୁଦ୍ର ପ୍ରକଟ ହୋଇଥିଲେ । ସେତେବେ​‌ଳେ ବ୍ରହ୍ମା କହିଥିଲେ ଯେ ତୁମେ ମୋ ମୁଣ୍ଡରୁ ଜନ୍ମ ହୋଇଛ । ତେଣୁ ତୁମେ ମୋ ସେବା କର ।

ବ୍ରହ୍ମାଙ୍କର ଏଭଳି ଆଚରଣ ଭଗବାନ ଶିବଙ୍କୁ ପସନ୍ଦ ଆସିନଥିଲା। ଭଗବାନ ଶିବ ଅତ୍ୟନ୍ତ କ୍ରୋଧିତ ହୋଇ ତତକ୍ଷଣ ଭୈରବଙ୍କୁ ପ୍ରକଟ କରି କହିଥିଲେ ଯେ, ତୁମେ ବ୍ରହ୍ମାଙ୍କ ଉପରେ ଶାସନ କର । ଦିବ୍ୟ ଶକ୍ତି ସମ୍ପନ୍ନ ଭୈରବ ନିଜ ବାମ ହସ୍ତର ସବୁଠାରୁ ଛୋଟ ଅଙ୍ଗୁଳିରେ ଶିବଙ୍କୁ ଅପମାନ କରିଥିବା ବ୍ରହ୍ମାଙ୍କ ପଞ୍ଚମ ମୁଣ୍ଡ ବା ସିରକୁ ଛେଦନ କରିଥିଲେ ।

ଏହା ପରେ ଭଗବାନ ଶିବଙ୍କ କଥା ଅନୁଯାୟୀ, ଭୈରବ କାଶୀ ଚାଲି ଯାଇଥିଲେ । ସେଠାରେ ଭୈରବ କାଶୀର କୋତୱାଲ ଭାବେର ନିଯୁକ୍ତ ହୋଇଥିଲେ । ସେବେଠାରୁ ଆଜି ମଧ୍ୟ କାଶୀରେ କୋତୱଲ ରୂପରେ ଭୈରବ ପୂଜା ପାଉଛନ୍ତି । ତାଙ୍କ ଦର୍ଶନ ବିନା ବାବା ବିଶ୍ବନାଥଙ୍କ ଦର୍ଶନ ଅସମ୍ପୂର୍ଣ୍ଣ ବୋଲି କୁହଯାଏ ।

pic courtesy amarujala

କାଳଷ୍ଟମୀ ଦିନ ଭଗବାନ ଭୈରବଙ୍କୁ ପୂଜା କରିବାର ଉପାୟ

କାଳାଷ୍ଟମୀ ଦିନ ଭଗବାନ ଭୈରବଙ୍କ ସହ ମା’ ଦୁର୍ଗାଙ୍କ ପୂଜା ଅବଶ୍ୟ କରନ୍ତୁ । କୁହାଯାଏ ଯେ, ଶକ୍ତିପୀଠ ଓ ସିଦ୍ଧପୀଠରେ ଦେବୀଙ୍କ ଦର୍ଶନ ପରେ ଭଗବାନ ଭୈରବଙ୍କ ଦର୍ଶନ କରାଯାଏ । ଶିବ ଏବଂ ଶକ୍ତିର ସାଧକ ଭଗବାନ ଭୈରବଙ୍କୁ ସାଧନା-ଆରାଧନା କଲେ ଲକ୍ଷ ଜନ୍ମର ପାପ ନଷ୍ଟ ହୁଏ ବୋଲି ବିଶ୍ବାସ ରହିଛି ।

ଶାସ୍ତ୍ରରେ କାଳଭୈରବଙ୍କ ବାହନ କୁକୁର ବୋଲି କହାଯାଇଛି । କାଳ ଭୈରବଙ୍କୁ ପ୍ରସନ୍ନ କରିବା ପାଇଁ ସହଜ ଉପାୟ ହେଲା ପ୍ରତିଦିନ କଳା କୁକରକୁ ମିଠା ରୁଟି ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା କାଳ ଭୈରବଙ୍କ ସହ ଶନିଦେବ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି । କାଳଭୈରବଙ୍କୁ ପ୍ରସାଦ ସ୍ବରୂପ କେତେକ ସ୍ଥାନରେ କ୍ଷୀର ଓ ଅନ୍ୟାନ୍ୟ ଦ୍ରବ୍ୟ ଅର୍ପଣ କରିବାର ବିଧି ରହିଛି । କାଳଷ୍ଟମୀ ପୂଜା-ବ୍ରତ କରୁଥିବା ବ୍ୟକ୍ତି ଫଳାହାର କରିବା ଉଚିତ୍ ।

courtesy amarujala

Comments are closed.