ଧାରା ୩୭୦ ଉଚ୍ଛେଦ! କାଶ୍ମୀର ପଣ୍ଡିତ କହିଲେ ସ୍ୱପ୍ନ ସତ ହେଲା

ଇନ୍ଦୋର- ଧାରା ୩୭୦ ଉଚ୍ଛେଦ ପାଇଁ ରାଜ୍ୟସଭାରେ ବିଧେୟକ ପାରିତ ହେବା ପରେ ଏହା ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି ବୋଲି କାଶ୍ମୀର ପଣ୍ଡିତମାନେ ମତ ଦେଇଛନ୍ତି । ୧୯୮୯ ମସିହାରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଆରମ୍ଭ ହେବା ପରେ ଅନେକ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା । ନିଜର ଓ ନିଜ ପରିବାରର ଜୀବନ ବଞ୍ଚାଇବା ପାଇଁ ଅନେକ କାଶ୍ମୀର ପଣ୍ଡିତ କାଶ୍ମୀର ଛାଡି ଦେଶର ଅନ୍ୟ ଅଂଶରେ ବସବାସ କରିଥିଲେ । ମାତ୍ର ଧାରା ୩୭୦ ଉଚ୍ଛେଦ ପରେ ଏହା ଅନେକ ଦିନର ସ୍ୱପ୍ନ ସତ ହୋଇଛି ବୋଲି କାଶ୍ମୀର ପଣ୍ଡିତମାନେ ପ୍ରକାଶ କରିଛନ୍ତି ।

ଅନେକ କାଶ୍ମୀର ପଣ୍ଡିତ ନିଜ ପରିବାର ସହ କେବଳ ଗୋଟିଏ ସୁଟ୍‌କେଶ୍‌ ଧରି କାଶ୍ମୀର ଛାଡିଥିଲେ । ଏହି ବିଧେୟକ ପାରିତ ହେବା ପରେ ଦେଶର ବିଭିନ୍ନ ଅଂଶରେ ମିଠା ବାଣ୍ଟିବା ସହ ଖୁସୀ ମନାଇଛନ୍ତି । ଏହାପରେ କାଶ୍ମୀରେ ଶାନ୍ତି ଆସିବ ସେମାନେ ପୁଣି ନିଜ ଜନ୍ମସ୍ଥାନକୁ ଫେରି ପାରିବେ ବୋଲି କହିଛନ୍ତି ।

Comments are closed.