ରବିବାର ରାଶିଫଳ

0

ମେଷ: ଗୃହକାର୍ଯ୍ୟରେ ବାଧା ଉପୁଜି ପାରେ। ବିଳାସ ବ୍ୟସନରୁ ଦୂରେଇ ରହିପାରନ୍ତି। ସତ୍ୟର ବାସ୍ତବତା ପ୍ରତିପାଦନ କରିବାକୁ ତତ୍ପର ହେବେ। ନିଜ ବନ୍ଧୁ ବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।

ବୃଷ: ବ୍ୟୟାଧିକ ହୋଇପାରେ। ପାରିବାରିକ ସୁଖ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ବିଚକ୍ଷଣ ବୁଦ୍ଧିର ପରିଚୟ ଦେବେ। ମନୋଜ୍ଞ ହେବେ।

ମିଥୁନ: ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି। ପରିଶ୍ରମର ଫଳ ପାଇବେ। କର୍ମ ତଫରତା ପ୍ରକାଶ ପାଇବ। ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି। ସତ୍‍ପଥଗାମୀ ହେବେ। ବହୁ ମିତ୍ର ସାନ୍ନିଧ୍ୟ ପାଇ ଉପକୃତ ହେବେ। ସତ୍‍ ସାହସୀ ହେବେ।

କର୍କଟ: ହୃଦୟରେ ଭକ୍ତି ଭାବ ଜାଗ୍ରତ ହେବ। ଆଳସ୍ୟ ପରାୟଣ ହୋଇ ଅନ୍ୟ ଉପରେ ଭରସା କରିବା ଉଚିତ ହେବ ନାହିଁ। ସ୍ୱାଭିମାନୀ ହେବେ। ତ୍ରୁଟିହୀନ କାର୍ଯ୍ୟ କରିବେ। ନିର୍ଭୀକ ହୋଇପାରନ୍ତି। ସୁଶୀଳ ଓ ବିଧିଜ୍ଞ ହୋଇପାରନ୍ତି।

ସିଂହ: ଆଜି ଦିନଟି ଉପବାସ ଆପଣଙ୍କ ପକ୍ଷେ ହିତକର ହେବ। ମାନସିକ ଓ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ନିଜ ବୃଦ୍ଧିରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ବିଶେଷ ଉପକୃତ ହେବେ। କୀର୍ତ୍ତିମାନ ହୋଇପାରନ୍ତି।

କନ୍ୟା: ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଗୃହରେ ଶାନ୍ତି ବିରାଜମାନ କରିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ପତ୍ନୀଙ୍କ ସହଯୋଗ ଶୁଭଦାୟକ ହେବ।

ତୁଳା: କୌଣସି କାରଣରୁ ଉପୁଜି ଥିବା କ୍ରୋଧ ସମ୍ବରଣ କରି ପାରିଲେ ମାନ-ସମ୍ମାନ ବୃଦ୍ଧି ହେବ। ମନରେ ପ୍ରସନ୍ନ ଭାବ ସୃଷ୍ଟି ହୋଇପାରେ। ଦେବାର୍ଚ୍ଚନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଧନ ଲାଭର ସୁଯୋଗ ଅଛି। ଶତ୍ରୁ ନିପାତ କରି ଆଶ୍ୱସ୍ତ ହେବେ।

ବିଛା: ନବ ବସ୍ତ୍ର ପରିଧାନ କରିପାରନ୍ତି। ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଗରିମାମୟ ହେବେ। ବହୁ ମିତ୍ରଙ୍କ ସହିତ ମିଳିତ ହେବେ। ବିଭିନ୍ନ ସୂତ୍ରରୁ ଧନଲାଭ ହୋଇପାରେ।

ଧନୁ: ଆଜି ଦିନଟି ସତର୍କତାର ସହ ଚଳିବାକୁ ପଡ଼ିବ। ପରିଶ୍ରମର ମୂଲ୍ୟ ମିଳିବ। କଷ୍ଟସାଧ୍ୟ ହୋଇପାରେ। ସନ୍‍ମାର୍ଗୀ ହେବେ। ଆପଣଙ୍କ କଥା ଅନ୍ୟମାନଙ୍କ ମନରେ ପ୍ରସନ୍ନତା ଭରି ଦେବ। ବିବେକୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ।

ମକର: କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ହୋଇପାରେ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗେଇ ଯିବେ। କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିବାଦରେ ବିଜୟୀ ହେବେ। ପିଲାଳିଆ ବୁଦ୍ଧିରେ କାର୍ଯ୍ୟ କରିବେ।

କୁମ୍ଭ: କାର୍ଯ୍ୟ ହାସଲ ପାଇଁ ତରବର ନ ହୋଇ ଅପେକ୍ଷା କରିବାକୁ ପଡ଼ିବ। ବିଳାସ ବ୍ୟସନରୁ ଦୂରେଇ ରହିବେ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଶ୍ରେଷ୍ଠ ପଦ ପଦବୀରେ ଭୂଷିତ ହେବେ। ଅତି ସୁଖରେ ଦିନଟି ଅତିବାହିତ ହେବ।

ମୀନ: ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଭାଗ୍ୟବାନ ହେବେ। ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। କୃପାର୍ତ୍ତ ଚେତା ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ଧର୍ମମତି ହେବେ। ଉତ୍ତମ ଭୋଜନ ମିଳିବ। ଅର୍ଥ ଉପାର୍ଜନ ବୃଦ୍ଧି ହେବ।

Leave A Reply