ଯୋଗେଶଙ୍କ ସିଂହଙ୍କ ବିଧାୟକ ପଦ କାଏମ : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ଆଶ୍ୱସ୍ତି ମିଳିଛି। ।  ଯୋଗେଶଙ୍କ ସିଂହଙ୍କ ବିଧାୟକ ପଦ କାଏମ ରହିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ବିଧାୟକ ପଦ ଋଦ୍ଦ ପାଇଁ  ଗତ ଫେବୃଆରୀ ମାସରେ ପଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ସୁନ୍ଦରଗଡ ସଂରକ୍ଷିତ ଆସନରୁ ଯୋଗେଶ ସିଂହ ବିଧାୟକ ଅଛନ୍ତି । ମିଥ୍ୟା ସତ୍ୟାପାଠ ଦର୍ଶାଇଥିବା ଅଭିଯୋଗରେ ଜାନୁଆରୀ ୩୦ ତାରିଖରେ ହାଇକୋର୍ଟ ଯୋଗେଶ ସିଂହଙ୍କ ସଭ୍ୟ ପଦକୁ ରଦ୍ଦ କରିଦେଇଥିଲେ । ତେବେ ହାଇକୋର୍ଟଙ୍କ  ରାୟ ବିରୋଧରେ ଯୋଗେଶ ସୁପ୍ରିମକୋର୍ଟ ଯାଇଥିଲେ ।

ଫେବୃଆରୀ ୧୩ ତାରିଖରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ସୁନ୍ଦରଗଡ ସଂରକ୍ଷିତ ଆସନରେ ୨୦୧୪ରେ ୯ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ତେବେ  ନିଜର ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେଡିର କୁଷୁମ ଟେଟେଙ୍କୁ ୧୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରି କଂଗ୍ରେସ ପ୍ରାର୍ଥୀ ଯୋଗେଶ ସିଂହ ନିର୍ବାଚନ ଜିତିଥିଲେ । ତେବେ ନିର୍ବାଚନର ପ୍ରାୟ ୩ ବର୍ଷ ପରେ ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟ ତାଙ୍କ ସଭ୍ୟପଦକୁ ରଦ୍ଦ କରିଦେଇ ଥିଲେ ।

Leave A Reply