ନାଲ୍‍କୋ କପ୍‍ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ

0

କଟକ: ବାରବାଟୀ ଷ୍ଟାଡ଼ିୟମରେ ଶୁକ୍ରବାର ୧୬ତମ ନାଲ୍‍କୋ କପ୍‍ ହକି ଟୁର୍ଣ୍ଣାମେଣ୍ଟ ଉଦ୍‍ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‍ରେ କିଟ୍‍କୁ ୬-୫ ଗୋଲ୍‍ରେ ପରାସ୍ତ କରିଛି ଝାରସୁଗୁଡା ଦଳ। ଝାରସୁଗୁଡ଼ା ତରଫରୁ ପ୍ରବୀଣ ଏକ୍କା, ବିକାଶ ବାରା, ମ୍ୟାଥୁଡଅସ୍‍ କୁଲୁ, ସୁରଜ ବାରା, ଏର୍ସେନ୍‍ ସୁରିନ୍‍ ଓ ସୁଧିର କୁଜୁର ଗୋଲ୍‍ ସ୍କୋର କରିଥିବା ବେଳେ କିଟ୍‍ ତରଫରୁ ବିନୋଦ ଲାକ୍ରା, ଅଂଶୁମାନ କେରକେଟା, ମିଲନ୍‍ କେରକେଟା, ବିନୋଦ ଲାକ୍ରା ଓ ବିନୟ ଏକ୍କା ଗୋଲ ସ୍କୋର କରିଥିଲେ।
ଉଦ୍‍ଘାଟନୀ ଉତ୍ସବରେ ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି, ନାଲ୍‍କୋର ଜେନେରାଲ ମ୍ୟାନେଜର୍‍ ଦେବଦର୍ଶୀ ଦାଶ ଏବଂ ହକି ଓଡ଼ିଶାର ସଭାପତି ଅବସରପ୍ରାପ୍ତ ବିଚାରପତି ଏ ଏସ୍‍ ନାଇଡୁ ଏବଂ ସମ୍ପାଦକ ପ୍ରତାପ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply