ଜଷ୍ଟିସ କେଏସ୍‍ ଜାଭେରି ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

0

ନୂଆଦିଲ୍ଲୀ : ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି କେଏସ୍‍ ଜାଭେରିଙ୍କ ନାମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରିପତି ଲାଗି ସୁପାରିସ କରାଯାଇଛି। ଶୁକ୍ରବାର ସୁପ୍ରିମକୋର୍ଟ କଲେଜିୟମ୍‍ କେନ୍ଦ୍ର ସରକାରଙ୍କୁ ଏହି ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣଙ୍କ ନାମ ସୁପ୍ରିମକୋର୍ଟର ବିଚାରପତି ଲାଗି ସୁପାରିସ କରାଯିବା ପରେ ଖାଲି ହେବାକୁ ଏହି ପଦ ଲାଗି କଲେଜିୟମ୍‍ ଉପରୋକ୍ତ ବ୍ୟବସ୍ଥା କରିଛନ୍ତି। ସେହିପରି ବମ୍ବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭି କେ ତାହିଲରାମାନିଙ୍କ ନାମକୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଓ କେରଳ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୃଷିକେଶ ରାୟଙ୍କ ନାମକୁ ଉକ୍ତ ହାଇକୋର୍ଟର ନିୟମିତ ମୁଖ୍ୟ ବିଚାରପତି ପଦ ଲାଗି ସୁପାରିସ କରାଯାଇଛି। ଉଭୟ ମାଡ୍ରାସ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ନାମ ସୁପ୍ରିମକୋର୍ଟ ବିଚାରପତି ପଦ ଲାଗି ସୁପାରିସ କରାଯାଇଛି। କଲେଜିୟମ୍‍ଙ୍କ ଅନ୍ୟ ସୁପାରିସ ମଧ୍ୟରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନଙ୍କୁୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ଲାଗି ସୁପାରିସ କରାଯାଇଛି। ସେହିପରି ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କୁ ଜାମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି, ଗୁଜରାଟ ହାଇକୋର୍ଟର ବିଚାରପତି ଏମ୍‍ ଆର ଶାହାଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଓ କଲକାତା ହାଇକୋର୍ଟର ବରିଷ୍ଠ ବିଚାରପତି ଅନିରୁଦ୍ଧ ବୋଷଙ୍କ ନାମକୁ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଲାଗି ଭାବେ ସୁପାରିସ କରାଯାଇଛି।

Leave A Reply