୩ ଦିନରେ ୧୦୦ କୋଟି କ୍ଲବରେ ଜୁନିୟର ଏନଟିଆରଙ୍କ ଚଳଚ୍ଚିତ୍ର

0

ମୁମ୍ବଇ : ତେଲୁଗୁ ଅଭିନେତା ଜୁନିୟର ଏନ୍‍ଟିଆରଙ୍କ ଚଳଚ୍ଚିତ୍ର ‘ଅରବିନ୍ଦ ସମେଥା’ ସମସ୍ତ ସିନେମା ହଲରେ ଭଲ ବ୍ୟବସାୟ କରିଛି। ଏହି ଚଳଚ୍ଚିତ୍ର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ କାରବାର କରିଛି। ୩ ଦିନ ମଧ୍ୟରେ ଚଳଚ୍ଚିତ୍ରଟି ୧୦୦ କୋଟି କ୍ଲବରେ ପହଞ୍ଚିଛି। ଚଳଚ୍ଚିତ୍ର ସମୀକ୍ଷକ ମତରେ ଏହି ଚଳଚ୍ଚିତ୍ରକୁ ଦଶହରା ସମୟର ସବୁଠାରୁ ବଡ ବ୍ଲକବଷ୍ଟର ଭାବେ ଦର୍ଶକ ଭଲପାଇବା ଦେଇଛନ୍ତି। ଆମେରିକାରେ ମଧ୍ୟ ଚଳଚ୍ଚିତ୍ରଟି ଭଲ ପ୍ରଦର୍ଶନ କରିଥିବା ଜଣାପଡିଛି। ଶନିବାର ସୁଦ୍ଧା ୨୯.୯୦ କୋଟି ଆୟ କରିଛି। ସେହିପରି ଚଳଚ୍ଚିତ୍ରଟି ଅଷ୍ଟ୍ରେଲିଆରେ ୧.୩କୋଟି ଆୟ କରିଛି। ବାହୁବଳି ନିର୍ଦେଶକ ଏସ୍‍ ଏସ୍‍ ରାଜମୌଲି ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଚଳଚ୍ଚିତ୍ରର ସମସ୍ତ ଚରିତ୍ର ବହୁ ଦିନ ଧରି ଦର୍ଶକ ମନେରଖିବେ। ଜୁନିୟର ଏନ୍‍ ଟି ଆରଙ୍କ ବିପକ୍ଷରେ ପୂଜା ହେଗେଡେ ଅଭିନୟ କରିଛନ୍ତି।
ଜୁନିୟର ଏନ.ଟି.ଆରଙ୍କ ଆଗାମୀ ଚଳଚ୍ଚିତ୍ର ଆନ୍ଦ୍ରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ଏନ.ଟି. ରାମା ରାଓଙ୍କ ଜୀବନୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ମଧ୍ୟ ନଜର ଆସିବେ।

Leave A Reply