ଜାଣନ୍ତୁ ଜୁସ୍‍ ପିଇବାର ସଠିକ ସମୟ

ବିଭିନ୍ନ ପ୍ରକାର ଫଳର ଜୁସ୍‍ ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ବୋଲି କୁହାଯାଏ। ମାତ୍ର ଏହାକୁ ପିଇବାର ସଠିକ ସମୟ ବିଷୟରେ ଜାଣିଛନ୍ତି କି ? କାରଣ ସଠିକ ସମୟରେ ଜୁସ୍‍ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ। ଜାଣନ୍ତୁ କେଉଁ ସମୟରେ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ….
ବ୍ୟାୟାମ କରିବା ସମୟରେ ….
ବ୍ୟାୟାମ କରିବା ସମୟରେ , ପ୍ରାତଃ ଭ୍ରମଣ କରିବା ସମୟରେ ଜୁସ ପିଇବା ଉଚିତ। ଜୁସ୍‍ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଓ କ୍ୟାଲୋରୀ ମିଳିଥାଏ।
ଜଳଖିଆ ଖାଇବା ସମୟରେ ….
ସକାଳର ଜଳଖିଆ ଖାଇବା ସମୟରେ ଜୁସ ପିଇ ପାରିବେ। ଏପରି କରିବା ଦ୍ୱାରା ଖାଦ୍ୟ ସଠିକ ଭାବେ ହଜମ ହେବା ସହ ଶରୀରକୁ ଉପଯୁକ୍ତ ପରିମାଣରେ ଫାଇବର ମିଳିଥାଏ।
ଋତୁ ଅନୁଯାୟୀ….
ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ଫଳ ମିଳିଥାଏ। ତେଣୁ ଋତୁ ଅନୁଯାୟୀ ଜୁସ ପିଇବା ଉଚିତ। ଯେପରି ଖରାଦିନେ ତରଭୂଜ, ଶୀତ ଦିନେ କମଳା, ଗାଜର ଆଦି ଜୁସ ପିଇପାରିବେ।
ଦୁର୍ବଳ ଅନୁଭବ ହେବା ସମୟରେ ….
ଶରୀରରେ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ଓ କ୍ୟାଲସିୟମର ପରିମାଣ କମିଲେ ଆମକୁ ଦୁର୍ବଳ ଅନୁଭବ ହୋଇଥାଏ। ସେହି ସମୟରେ ଜୁସ ପିଇବା ବେଶ ଲାଭଦାୟକ। ଦୁର୍ବଳ ଅନୁଭବ ହେବା ସମସ୍ୟା ଦୂର ହୋଇଥାଏ।

Comments are closed.