ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳି ମାଡ

0

ଭୁବନେଶ୍ୱର ..- ଶୁକ୍ରବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲା ଜଙ୍କିଆରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ଜଙ୍କିଆର ଓବରସିଂହ ପଞ୍ଚାୟତରେ ତେନ୍ତୁଳିମୂଳ ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁଧିଷ୍ଟିର ମାହାପାତ୍ର ନାମକ ବ୍ୟକ୍ତି ଆହତ ହୋଇଛନ୍ତି ।

ଗୁଳିମାଡରେ ଆହତ ଯୁଧିଷ୍ଟିରଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହ଼ଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

Leave A Reply