ଅନେକ ରୋଗର ମହୌଷଧୀ ଜୁଆଣି ପାଣି

0

ଜୁଆଣି ପ୍ରାୟତଃ ଆମ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ। ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ଏହା ବ୍ୟବହୃତ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଜୁଆଣିର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ ନ’ଥାଏ, ବରଂ ଏହା ଶରୀରର ବହୁ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଜୁଆଣି ଭଳି ଜୁଆଣି ପାଣି ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ। ତେବେ ଚାଲନ୍ତୁ ଜାଣିବା, ଜୁଆଣି ପାଣି ଆମ ଶରୀର କି ଉପକାର କରିଥାଏ –

– ସାଧାରଣତଃ ଜୁଆଣି ପାଣିକୁ ଅଧିକାଂଶ ପେଟ ସମସ୍ୟା ପାଇଁ ବ୍ୟବହାର କରନ୍ତି। ଜୁଆଣିକୁ ୧ ଗ୍ଲାସ୍‌ ପାଣିରେ ରାତିରେ ବତୁରାଇ ରଖିଦିଅନ୍ତୁ। ସକାଳେ ପାଣିରୁ ଜୁଆଣିକୁ ଛାଣି ଖାଲି ପେଟରେ ସେହି ପାଣି ପିଅନ୍ତୁ। ଏହାକୁ ପିଇବାର ଏକ ଘଣ୍ଟା ଯାଏ କିଛି ଖାଆନ୍ତୁ ନାହିଁ। ଏହି ପାନୀୟ ହଜମ ଶକ୍ତି ବୃଦ୍ଧି କରିବା ସହ ପେଟ ରୋଗ ଦୂର କରିଥାଏ।
– ଜୁଆଣି ପାଣି ପିଇବା ଦ୍ବାରା ଡାଇରିଆରୁ ମଧ୍ୟ ଖୁବ୍‌ ଶୀଘ୍ର ଉପଶମ ମିଳିଥାଏ।
– ରାତିରେ ଶୋଇବା ପୂର୍ବରୁ ଏକ କପ୍‌ ଜୁଆଣି ପାଣି ପିଇ ଶୋଇଲେ, ଭଲ ନିଦ ହୋଇଥାଏ।
– ମଧୁମେହ ରୋଗୀଙ୍କ ପାଇଁ ଜୁଆଣି ପାଣି ମହୌଷଧୀ ଭଳି କାମ କରିଥାଏ। ପ୍ରତିଦିନ ସକାଳେ ଜୁଆଣି ପାଣି ପିଇବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ।
– ଜୁଆଣି ପାଣି ଶରୀରର ମୋଟାପଣ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ସବୁଦିନ ପିଇଲେ ଶରୀରର ମେଟାବଲିଜମ ବଢ଼ିଥାଏ ଏବଂ ଏହାଦ୍ୱାରା ଶରୀରର ଓଜନ ହ୍ରାସ ପାଇଥାଏ।
– ଥଣ୍ଡା, ଜ୍ୱର, କାଶ, କଫ, ଆଜ୍‌ମା ଓ ମୁଣ୍ଡବିନ୍ଧା ଭଳି ରୋଗରୁ ମଧ୍ୟ ଜୁଆଣି ପାଣି ମୁକ୍ତି ଦେଇଥାଏ। କାଶ ଅଧିକ ହେଉଥିଲେ ଜୁଆଣି ପାଣି ସହ ଚିମୁଟାଏ ବିଟ ଲୁଣ ମିଶାଇ ପିଇଲେ, ଏଥିରୁ ଆରୋଗ୍ୟ ମିଳିଥାଏ।
– ପ୍ରତିଦିନ ସକାଳୁ ଜୁଆଣି ପାଣି ପିଇବା ଦ୍ୱାରା ଦାନ୍ତ ଦରଜ ଏବଂ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

Leave A Reply