ସାମ୍ବାଦିକଙ୍କ ଦେହାନ୍ତ

0

ଭୁବନେଶ୍ୱର: ଦୈନିକ ‘ସମାଜ’ର ନିମାପଡ଼ା ସାମ୍ବାଦିକ ପ୍ରତାପ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଗତ କାଲି ରାତିରେ ଶୋଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି।ମୃତ୍ୟୁ ବେଳକୁ ତାଙ୍କର ୬୨ ବର୍ଷ ହୋଇଥିଲା। ୨୦୧୧-୧୩ ପର୍ଯ୍ୟନ୍ତ ସେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଭାର ତୁଲାଇଥିଲେ। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ୧୯୮୦ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିବା ପ୍ରତାପ ଜଣେ ଅମାୟିକ, ବନ୍ଧୁବତ୍ସଳ ଓ ମିଷ୍ଠଭାଷୀ ଥିଲେ। ଗତ ୪ ବର୍ଷ ଧରି ସେ କିଡ୍‍ନୀ ଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କର ଡାଏଲିସିସ୍‍ କରାଯାଉଥିଲା। ତାଙ୍କ ପିତାଙ୍କ ନାମ ସ୍ୱର୍ଗତଃ ଦୁର୍ଗାଚରଣ ମହାପାତ୍ର। ପୁରୀ ଜିଲା ବ୍ରହ୍ମକୁଣ୍ଡି ନିକଟ ଖୋରଡ଼ ଗ୍ରାମରେ ତାଙ୍କର ନିଜ ପୈତୃକ ଗ୍ରାମରେ ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡ଼ିଛି।

Leave A Reply