କଂଗ୍ରେସରେ ଯୋଗ ଦେଲେ ଜର୍ଜ ତିର୍କୀ ଓ ସୁଦର୍ଶନ ଦାସ

0

ନୂଆଦିଲ୍ଲୀ : ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କଂଗ୍ରେସରେ ଯୋଗ ଦେଇଛନ୍ତି ।ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଜର୍ଜ ଓ ତାଙ୍କ ସମର୍ଥକ ମାନେ ସାକ୍ଷାତ କରିବା ପରେ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଏହି ଦୁଇ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି ।

ତେବେ ଜର୍ଜ ତିର୍କୀ କଂଗ୍ରେସରେ ଯୋଗ ଦେବା ପରେ ସୁନ୍ଦରଗଡ଼ ରାଜନୀତିରେ ବେଶ ପ୍ରଭାବ ପଡିବ ବୋଲି ଶୁଣିବାକୁ ମିଳୁଛି। ଅସମର୍ଥିତ ସୂତ୍ରର ସୂଚନା ମୁତାବକ ଶ୍ରୀ ତିର୍କୀ କଂଗ୍ରେସରୁ ଲୋକସଭା ଆସନରେ ଲଢ଼ିବା ଏବଂ ତିନିଟି ବିଧାନସଭା ଆସନରେ ନିଜ ଅନୁଗତଙ୍କୁ ଛିଡ଼ା କରିବାକୁ ସର୍ତ୍ତ ରଖିଛନ୍ତି।

Leave A Reply