ଖୁବଶୀଘ୍ର ପରଦାରେ ଏକାଠି ନଜର ଆସିବେ ଜନ୍‍ ଓ ଇମରାନ

ମୁମ୍ବଇ : ଖୁବଶୀଘ୍ର ବଲିଉଡ଼ ଅଭିନେତା ଜନ୍‍ ଆବ୍ରାହମ୍‍ ଓ ଇମରାନ ହାଶମୀଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଆଗାମୀ ଗ୍ୟାଙ୍ଗ୍‍ଷ୍ଟର ଡ୍ରାମା ଚଳଚ୍ଚିତ୍ରରେ ଦୁହେଁ ଏକାଠି ନଜର ଆସିବେ। ଏନେଇ ସଞ୍ଜୟ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନଙ୍କ ସହ ଏହା ତାଙ୍କର ତୃତୀୟ ଚଳଚ୍ଚିତ୍ର ଓ ଇମରାନଙ୍କ ସହ ପ୍ରଥମ ଥର କାମ କରିବାକୁ ନେଇ ସେ ଖୁବ୍‍ ଉତ୍ସାହିତ ଅଛନ୍ତି।

ହ୍ୱାଇଟ୍‍ ଫେଦର ଫିଲ୍ମସ୍‍ ଓ ଭୂଷଣ କୁମାରଙ୍କ ଟି ସିରିଜର ମିଳିତ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ। ତେବେ ଏଯାବତ୍‍ ଚଳଚ୍ଚିତ୍ରର ଟାଇଟଲ୍‍ ସ୍ଥିର କରାଯାଇ ନାହିଁ।

Comments are closed.