ଭୁବନେଶ୍ୱର ସିଆରପିଏଫ୍‍ କାର୍ଯ୍ୟାଳୟରେ ଯୋଗ ଦିବସ

0

ଭୁବନେଶ୍ୱର: ସ୍ଥାନୀୟ ସିଆରପିଏଫ୍‍ ଗ୍ରୁପ୍‍ ସେଣ୍ଟର କାର୍ଯ୍ୟାଳୟ ପରିସର ସ୍ଥିତ ବି ବି ମିଶ୍ର ଷ୍ଟାଡିୟମ୍‍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ସିଆରପିଏଫ୍‍ ଓଡ଼ିଶା ସେକ୍ଟର ଆଇଜି କେ କେ ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‍ଘାଟନ କରିଥିଲେ। ଏଥିରେ ସିଆରପିଏଫ୍‍, ସିଆଇଏସ୍‍ଏଫ୍‍, ବିଏସ୍‍ଏଫ୍‍, ଆଇଟିବିପିର ପ୍ରାୟ ୧୦୦୬ ଜଣ ଅଧିକାରୀ ଓ ଯବାନ ଯୋଗ ଦେଇଥିଲେ। ଡିଆଇଜି ଜି ଏଲ୍‍ ମୀନା, ଓଡ଼ିଶା ସେକ୍ଟର ମୁଖ୍ୟାଳୟ ଡିଆଇଜି ଏସ କେ ଟିଗା, ଡିଆଇଜି ଏସ୍‍ ଏନ୍‍ ଝା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply