ସହକର୍ମୀଙ୍କ  ପ୍ରଶଂସା କରି ଚାକିରି ଗଲା

0

ପ୍ରତ୍ୟେକ ରାଷ୍ଟ୍ରର ଭିନ୍ନଭିନ୍ନ ନିୟମ ରହିଛି। ଅନେକ ସମୟରେ ଏସବୁ ନୀତିନିୟମ ସମ୍ପର୍କରେ ସେଠା ସ୍ଥାନୀୟ ବାସିନ୍ଦା ମଧ୍ୟ ଅବଗତ ନଥାନ୍ତି। କିଛି ଦିନ ତଳେ କୁଏତ୍‌ର ଘଟଣାଟି ପୂରା ବିଶ୍ୱରେ ଚର୍ଚ୍ଚିତ ହେଉଛି। ଘଟଣାଦିନ କୁଏତ୍‌ର ଏକ ନ୍ୟୁଜ୍ ଚ୍ୟାନେଲ୍‌ରେ ସମ୍ବାଦ ପରିବେଷଣ ହେଉଥାଏ। ଖବର ଉପସ୍ଥାପନ କରୁଥିବା ମହିଳା ଆଙ୍କରଜଣକ ଏକ ଲାଇଭ୍ କାର୍ଯ୍ୟକ୍ରମରେ ନିଜ ସାଥୀ ସମ୍ବାଦଦାତାଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ସମ୍ବାଦଦାତାଙ୍କ ବ୍ୟବସ୍ଥିତ ପୋଷାକ ପରିଚ୍ଛଦକୁ ପ୍ରଶଂସା କରି ସେ ସୁନ୍ଦର ଦିଶୁଥିବାର କହିଲେ। ପୁରୁଷ ସହକର୍ମୀଙ୍କୁ ଏଭଳି ମନ୍ତବ୍ୟ ଦେବା ଯେ ତାଙ୍କୁ ମହଙ୍ଗା ପଡ଼ିବ, ଏହା ସେ ସ୍ୱପ୍ନ ସୁଦ୍ଧା କଳ୍ପନା କରି ନ ଥିଲେ। ତାଙ୍କୁ ଚାକିରିରୁ ବହି​‌ଷ୍କାର କରାଯାଇଛି। କୁଏତ୍‌ର କେତେକ ଏନଜିଓ ମୁଖ୍ୟ ଏନେଇ ପ୍ରତିବାଦର ସ୍ୱର ଉଠାଇଛନ୍ତି, ହେଲେ କିଛି ଲାଭ ମିଳିବ ନାହିଁ ବୋଲି ଅନେ​‌କ କହିସାରିଲେଣି। କାରଣ କୁଏତ୍‌ରେ ଏହା ଏକ କଡ଼ା ନିୟମ ଯେ ସହକର୍ମୀମାନଙ୍କୁ ସୁନ୍ଦର ଦେଖାଯିବା କିମ୍ବା ସେମାନଙ୍କ ପୋଷାକପତ୍ରକୁ ପ୍ରଶଂସା କରାଯିବା ସେଠା ଆଇନ୍ ବିରୋଧ ଅଟେ। ଏଣୁ ଏପରି କରୁଥିବା ବ୍ୟକ୍ତିମାନେ ମୋଟା ଅଙ୍କାର ଜୋରିମାନା ସହ ଜେଲ୍ ଦଣ୍ଡ ଭୋଗିବାର ଆଶଙ୍କା ମଧ୍ୟ ରହିଛି।

 

 

 

Leave A Reply