ବିଜେଡି ଯୁବ ସଭାପତି ଯଶୋବନ୍ତଙ୍କ ହତ୍ୟା ମାମଲା; ୯ ଅଭିଯୁକ୍ତ ଗିରଫ

0

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ବିଜେଡି ଯୁବ ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡ ମାମଲାରେ ପୁଲିସ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଉତ୍ତର-ପୂର୍ବ ରାଜ୍ୟରୁ ଗିରଫ କରାଯାଇଛି ବୋଲି ପୁଲିସ ଡିଜି ଆର.ପି. ଶର୍ମା କହିଛନ୍ତି । ଉତ୍ତେଜନା ଆଶଙ୍କାରେ ଆଜି  ଅପରାହ୍ନରେ ଏସପିଙ୍କ ପ୍ରେସମିଟ କରି ଗୁଳିକାଣ୍ଡର ପର୍ଦାଫାସ କରିବେ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ମାର୍ଚ୍ଚ ୨୬ ତାରିଖରେ ଯଶୋବନ୍ତ ସକାଳ ୧୦ଟା ବେଳେ କାମାକ୍ଷାନଗରରେ ଥିବା ଦୋକାନକୁ ଯାଉଥିବା ବେଳେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା । ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚାଳଣ କରିଥିବା ବେଳେ ସେ ଗାଡି ବାହାରି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply