ସଫଳତା ହାରରେ ଜବାହର ନବୋଦୟ ବିଦ୍ୟାଳୟ ଆଗରେ – ପୋଖରିଆଲ

ନୂଆଦିଲ୍ଲୀ: ଜବାହର ନବୋଦୟ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରୁଥିବା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ କହିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନସିଂ ମାଧ୍ୟମରେ ୫ଟି ନୂଆ ଜବାହର ନବୋଦୟ ବିଦ୍ୟାଳୟର ଉଦଘାଟନ ଏବଂ ୧୩ଟି କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାଶ ଅବସରରେ ସେ କହିଛନ୍ତି, ଜବାହର ନବୋଦୟ ବିଦ୍ୟାଳୟ ଉନ୍ନତ ଫଳାଫଳ ପ୍ରଦର୍ଶନ କରୁଛି ଏବଂ ସେଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଆଇଏଏସ, ମେଡିକାଲ ଏବଂ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇରେ ଭଲ ଫଳ ପ୍ରଦର୍ଶନ କରୁଛନ୍ତି।

ସେ କହିଛନ୍ତି, ଗତ ବର୍ଷ ଜେଇଇ ମୁଖ୍ୟ ପରୀକ୍ଷାରେ ୪ ହଜାର ୪୫୧ ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଥିବା ବେଳେ ଜେଇଇରେ ୯୬୬ ଜଣ ଓ ୧୨ ହଜାର ୬୫୪ ଜଣ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଗତ ୩ ବର୍ଷରେ ୧୨ ଜଣ ଛାତ୍ରଛାତ୍ରୀ ବିଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବା ପାଇଁ ସୁଯୋଗ ପାଇଥିବା ସେ କହିଛନ୍ତି। ନବୋଦୟ ବିଦ୍ୟାଳୟ ସମିତିର ୮ଟି ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ଦେଶର ୬୬୨ଟି ଜବାହର ନବୋଦୟ ବିଦ୍ୟାଳୟ ମାଧ୍ୟମରେ ଗୁଣବତ୍ତା ସମ୍ପନ୍ନ ଶିକ୍ଷାଦାନ କରାଯାଉଥିବା ମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି।

Comments are closed.