ଜେଏନୟୁ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା

0

ନୂଆଦିଲ୍ଲୀ : ସ୍ଥାନୀୟ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଜଣେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲା ଦାଏର କରାଯାଇଛି। ବସନ୍ତକୁଞ୍ଜ୍‌ ଥାନାରେ ଏତଲା ଦାଏର କରାଯାଇଥିବାବେଳେ ପୁଲିସ ତାଙ୍କୁ ଖୁବଶୀଘ୍ର ଜେରା କରିବ ବୋଲି ଜଣାପଡିଛି। ଜୀବ ବିଜ୍ଞାନ ବିଭାଗର ଏହି ପ୍ରଫେସର ଜଣକ ଅଧିକାଂଶ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଏସଏମଏସ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ କେତେକ ବାମପନ୍ଥୀ ଚିନ୍ତାଧାରା ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହନରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଗତ ହୋଇଛି ବୋଲି ପ୍ରଫେସର ଜଣକ କହିଛନ୍ତି।

Leave A Reply