ଫି ହ୍ରାସ କଲା ଜେଏନୟୁ

ନୂଆଦିଲ୍ଲୀ: ଜବାହରଲାଲ୍‍ ନେହେରୁ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‍ ଫି ଓ ଅନ୍ୟାନ୍ୟ ଫି ପ୍ରତ୍ୟାହାର କରିନେବା ବିଷୟ ଘୋଷଣା କରିଛି। ଏହା ପୂର୍ବରୁ ଜେ.ଏନ୍‍.ୟୁ. ଛାତ୍ରଛାତ୍ରୀମାନେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜେ.ଏନ୍‍.ୟୁ. କାର୍ଯ୍ୟନିର୍ବାହୀ କମିଟି ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ନେଇଛି। ଅର୍ଥନୈତିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଦିଆଯିବା ଯୋଜନା ସଂକ୍ରାନ୍ତରେ ମଧ୍ୟ କମିଟି ପ୍ରସ୍ତାବ ଦେଇଛି।

Comments are closed.