ଅବ୍ୟବସ୍ଥା ଘେରରେ କଟକର ଜେକେବିକେ ସରକାରୀ ମହାବିଦ୍ୟାଳୟ 

କଟକ: ଅବ୍ୟବସ୍ଥା ଘେରରେ ହଜାରେ ବର୍ଷର ପୁରୁଣା ସହରର କଟକର ଜେକେବିକେ ସରକାରୀ ମହାବିଦ୍ୟାଳୟ। ସହରର ଏକ ପ୍ରମୁଖ ସରକାରୀ କଲେଜ ହୋଇଥିବାରୁ ଏଠାକୁ କଟକ ଏବଂ ଅନ୍ୟ ଜିଲ୍ଲା ତଥା ଦୂରଦୁରାନ୍ତରୁ ଆସୁଥିବା ପିଲାମାନେ ପାଠ ପଢିବା ପାଇଁ ନାମ ଲେଖାଉଛନ୍ତି। କିନ୍ତୁ ଜେକେବିକେ କଲେଜରେ ନାହିଁ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା। ଯାହା ଫଳରେ ବହୁ ଛାତ୍ରଛାତ୍ରୀ କଲେଜରୁ ମୁହଁ ଫେରାଉଛନ୍ତି। ଯେଉଁମାନେ ନାମ ନାମ ଲେଖାଉଛନ୍ତି ସେମାବେ ବହୁ ଟଙ୍କା ଖର୍ଚ କରି ଘରୋଇ ହଷ୍ଟେଲରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହା କେବଳ ଗୋଟିଏ ଅବ୍ୟବସ୍ଥା ନୁହେଁ ଏମିତି ବହୁ ଅବ୍ୟବସ୍ଥା ଘେରରେ ଜାତୀୟ କବି ବୀରକିଶୋରଙ୍କ ନାମରେ ନାମିତ ଏହି ମହାବିଦ୍ୟାଳୟ। ଏମିତି ଅନ୍ୟ ଗୋଟେ ଅବ୍ୟବସ୍ଥା ହେଲା ମହାବିଦ୍ୟାଳର ପାଠାଗାରରେ ନାହିଁ ପ୍ରର୍ୟ୍ୟାପ୍ତ ପରିମାଣର ପାଠ୍ୟ ପୁସ୍ଥକ ଯାହା ଫଳରେ ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକ ପାଇପାରୁ ନାହାନ୍ତି। ମହାବିଦ୍ୟାଳରେ ପିଇବା ପାଣିର ସମସ୍ୟା ମଧ୍ୟ ଏକ ପ୍ରମୁଖ ସମସ୍ୟା ହୋଇରହିଛି। ଅନ୍ୟପଟେ ବର୍ତ୍ତମାନ ମହାବିଦ୍ୟାଳରେ ଏକ ପ୍ରମୁଖ ସମସ୍ୟା ପାଲଟିଛି ସ୍ଥାୟୀ ଅଧ୍ୟାପକ ଏବଂ ଅଧ୍ୟାପିକା ସମସ୍ୟା । ମହାବିଦ୍ୟାଳୟ ଶିକ୍ଷାଦାନ କ୍ଷେତ୍ରରେ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ହୋଇଥିବାରୁ ବହୁ ଛାତ୍ରଛାତ୍ରୀ ଏଠାକୁ ଉଚ୍ଚଶିକ୍ଷା ପାଇଁ ଆସିଥାନ୍ତି କିନ୍ତୁ ସ୍ଥାୟୀ ଅଧ୍ୟାପକ ନଥିବା କାରଣରୁ ମହାବିଦ୍ୟାଳରେ ପାଠ ପଢା କ୍ଷେତ୍ରରେ ସମସ୍ୟା ଦେଖାଦେଉଛି। କଟକ ସହରର ଏହି ପ୍ରମୁଖ ମହାବିଦ୍ୟାଳୟ ବର୍ତ୍ତମାନ କେବଳ ଅସ୍ଥାୟୀ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଭରସାରେ ଚାଲିଛି। ମହାବିଦ୍ୟାଳୟଟି ଜାତୀୟ ରାଜପଥ ପାଖରେ ରହିଥିବାରୁ ଏଠାକୁ ବହୁ ସମୟରେ ଅଣଛାତ୍ର ପଶିଆସି ବିଶୃଙ୍ଖଳା କରିଥାନ୍ତି କିନ୍ତୁ ଏ ସବୁ ପ୍ରତି କାହାର ନଜର ନାହିଁ। ମହାବିଦ୍ୟାଳୟରେ ୭୦ ଭାଗ ଛାତ୍ରୀ ପାଠ ପଢୁଥିବା ବେଳେ ମଧ୍ୟ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ ମହାବିଦ୍ୟାଳୟରେ। ରାଜ୍ୟ ସରକାରଙ୍କ ପକ୍ଷରୁ ମହାବିଦ୍ୟାଳୟ ପାଇଁ ୧୩ କୋଟି ୫୦ ଲକ୍ଷ ଟଙ୍କାର ନୂତନ କୋଠା ତିଆରି ହେବାର ଘୋଷଣା କରାଯାଇଥିଲେ ମଧ୍ୟ ଆଜି ଯାଏ କାମ ଆରମ୍ଭ ହୋଇପାରିନାହିଁ। ଯଥାଶିଘ୍ର ସରକାର ଏବଂ ଉଚ୍ଚଶିକ୍ଷା ବିଭାଗ ଜେକେବିକେ ସରକାରୀ ମହାବିଦ୍ୟାଳୟର ଉନ୍ନତିକରଣ ସହ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଜଗନ ସାହୁ, ଶିବ ହାତୀ, ମନୋଜ ମହାନ୍ତି, ଦୀପକ ସାହୁ । ସେମାନେ କହିଛନ୍ତି ଯଦି ଯଥାଶିଘ୍ର ମହାବିଦ୍ୟାଳୟର ଉନ୍ନତି କରାଯାଉ ନହେଲେ କଟକ ସହରର ଏହି ପ୍ରମୁଖ ମହାବିଦ୍ୟାଳୟ ଶ୍ରୀ ହୀନ ହୋଇଯିବ।

Comments are closed.