ରାଜ୍ୟସଭାରେ ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ପାରିତ

ନୂଆଦିଲ୍ଲୀ .- ରାଜ୍ୟସଭାରେ ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ପାରିତ ହୋଇଛି । ସୋମବାର ଦିନସାରା ରାଜ୍ୟସଭାରେ ଏ ବିଷୟରେ ଚର୍ଚ୍ଚା ହେବାପରେ ସନ୍ଧ୍ୟା ସମୟରେ ଏଥିପାଇଁ ମତଦାନ କରାଯାଇଥିଲା । ଏହି ବିଧେୟକ ସପକ୍ଷରେ ୧୨୫ ଟି ମତ ପଡିଥିବା ବେଳେ ବିପକ୍ଷରେ ୬୧ ମତ ପଡିଥିଲା । ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ । ଏହି ବିଧେୟକରେ ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଅଲଗା କରିବା ସହ ଏହି ଦୁଇଟିକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପ୍ରାବଧାନ ଅଛି । ଧ୍ୱନୀମତରେ ଏହା ପାରିତ ହେବା ପରେ ବିରୋଧି ଦଳ ମତଦାନ ପାଇଁ ଦାବି କରିଥିଲେ ।

ଏହି ବିଧେୟକରେ ଧାରା ୩୭୦ ଉଚ୍ଛେଦ ହେବା ସହ ଅନୁଛେଦ ୩୫କ ବି ଉଚ୍ଛେଦ ହେବାର ପ୍ରାବଧାନ ରହିଛି ।

Comments are closed.