ଜାମ୍ମୁ ଓ କାଶ୍ମୀରକୁ ଶାନ୍ତି ଓ ସମୃଦ୍ଧି ପଥରେ ଆଗେଇ ନେବାକୁ ଉପରାଜ୍ୟପାଳଙ୍କ ପରାମର୍ଶ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ରାଜ୍ୟରେ ସମ୍ବଳର ସଠିକ୍‍ ସମୟରେ ସଦୁପଯୋଗ ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ବିଭିନ୍ନ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ସୁଫଳ ଯେପରି ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବ।

ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପ୍ରଶାସନିକ  ଅଧିକାରୀ ମାନଙ୍କୁ ଶ୍ରୀନଗରସ୍ଥିତ ସଚିବାଳୟଠାରେ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି। ସଚିବମାନଙ୍କୁ ସ୍ୱଚ୍ଛତା, ନିଷ୍ଠାପରତା ଓ ପ୍ରତିଶ୍ରୁତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଜାମ୍ମୁ ଓ କାଶ୍ମୀରକୁ ଶାନ୍ତି ଓ ସମୃଦ୍ଧି ପଥରେ ଆଗେଇ ନିଆଯାଇପାରିବ ବୋଲି ଉପରାଜ୍ୟପାଳ କହିଛନ୍ତି। ଲୋକମାନଙ୍କ ପାଖରେ ତୁରନ୍ତ ସରକାରୀ ଯୋଜନାଗୁଡ଼ିକୁ ପହଞ୍ଚାଇବାକୁ ନିଶ୍ଚିତ କରିବା ପାଇଁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.