ଜାମ୍ମୁ କାଶ୍ମୀର : ଚଳିତମାସରେ ଦଶମ, ଦ୍ୱାଦଶ ଓ ମହାବିଦ୍ୟାଳୟ ପରୀକ୍ଷା

ଶ୍ରୀନଗର : ଜାମ୍ମୁ କାଶ୍ମୀର ସରକାର ଚଳିତମାସ ଶେଷ ସପ୍ତାହରେ ଦଶମ, ଦ୍ୱାଦଶ ଓ ମହାବିଦ୍ୟାଳୟ ପରୀକ୍ଷା କରିବା ପାଇଁ  ଘୋଷଣା କରିଛନ୍ତି। କାଶ୍ମୀର ଉପତ୍ୟାକାରେ ଶୀତ ଋତୁ ଆସିବା ପୂର୍ବରୁ ମାଧ୍ୟମିକ, ଦ୍ୱାଦଶ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡିକ ଶେଷ କରିବା ପାଇଁ ଜାମ୍ମୁ କାଶ୍ମୀର ରାଜ୍ୟ ବିଦ୍ୟାଳୟ ଶିକ୍ଷା ବୋର୍ଡ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟପାଳଙ୍କ ଉପଦେଷ୍ଟା ଖୁର୍ସିଦ ଅହମ୍ମଦ ଗନାୟୀ ଓ ଫାରୁଖ୍‍ ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୃଥକ ପୃଥକ ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି। ସୁରୁଖୁରୁରେ ପରୀକ୍ଷା କରିବା ପାଇଁ ସବିଶେଷ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଲାଗି ଉପଦେଷ୍ଟା ଫାରୁଖ ଖାଁ ଜାମ୍ମୁକାଶ୍ମୀର ବିଦ୍ୟାଳୟ ଶିକ୍ଷା ବୋର୍ଡ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ,ପୋଲିସ ଓ ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ମାଧ୍ୟମରେ ସୁରୁଖୁରୁରେ ପରୀକ୍ଷା ସମ୍ପନ୍ନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

Comments are closed.