ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ଜାମ୍ମୁ କାଶ୍ମୀରରେ ଜୋରଦାର ପ୍ରସ୍ତୁତି

ଶ୍ରୀନଗର :  ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଜମ୍ମୁ-କାଶ୍ମୀର ଡିଭିଜନାଲ୍‍ କମିଶନର ସଞ୍ଜୀବ୍‍ ବର୍ମା ଏହାର ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଏକତା ଦିବସ ମାରାଥନ୍‍ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ
ହେବ । ଏଥିରେ ସ୍କୁଲ୍‍ ଓ କଲେଜ୍‍ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ଜମ୍ମୁ ବିମାନ ବନ୍ଦରଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜମ୍ମୁ ରେଳଷ୍ଟେସନ୍‍ଠାରେ ମଧ୍ୟ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ସମସ୍ତ ଜିଲ୍ଲାରେ ମାର୍ଚ୍ଚ ପାଷ୍ଟ୍‍, ମାରାଥନ୍‍ ଦୌଡ଼, ଚିତ୍ରକଳା ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗିତାମାନ କରାଯିବ । ଏହି ଅବସରରେ
ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।

ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି । ଏହି ଦିନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜୟନ୍ତୀ ପାଳନ କରାଯାଇଥାଏ । ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବାପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକ
ବିଷୟରେ ଡେପୁଟି କମିଶନର୍‍ମାନେ ଡିଭିଜନାଲ୍‍ କମିଶନର୍‍ଙ୍କୁ ଜଣାଇଛନ୍ତି ।

 

Comments are closed.