ଜିଓର ନୂଆ ପ୍ଲାନ, ୨୫୧ଟଙ୍କାରେ ପ୍ରତିିଦିନ ୨ଜିବି ଡାଟା

ନୂଆଦିଲ୍ଲୀ : ରିଲାଏନସ୍‍ ଜିଓ ବଜାରରେ ୨୫୧ଟଙ୍କାର ଏକ ନୂଆ ୪-ଜି ପ୍ଲାନ ଲଞ୍ଚ କରିଛି। ଯେଉଁଥିରେ ପ୍ରତିଦିନ ୨ଜିବିି ହାଇ-ସ୍ପିଡ୍‍ ଡାଟା ମିଳିବ। ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ , ଜିଓର ଏହି ପ୍ଲାନର ନାମ ‘ଜିଓ କ୍ରିକେଟ୍‍ ସିଜିନ ଡାଟା ପ୍ଳାନ’। ଏହି ପ୍ଲାନକୁ ଖାସକରି ଆଇପିଲ କ୍ରିକେଟ ପାଇଁ ଲଞ୍ଚ କରାଯାଇଛି। ‘ଜିଓ କ୍ରିକେଟ୍‍ ସିଜିନ ଡାଟା ପ୍ଳାନ’ର ବୈଧତା ୫୧ଦିନ। ଜିଓର ଏହି ପ୍ୟାକକୁ ଆପଣ ଜିଓର ୱେବସାଇଟ୍‍ ଏବଂ ମାଇ ଜିଓ ଆପରୁ ରିଚାର୍ଜ କରିପାରିବେ। ଏହି ପ୍ଲାନ ସହିତ କମ୍ପାନୀ ତରଫରୁ ଅନେକ ଗୁଡିଏ ଅଫର ମଧ୍ୟ ଦିଆଯାଇଛି।
ଯେମିତି- ଲକି ଗ୍ରାହକଙ୍କୁ ତାଙ୍କ ପସନ୍ଦର ଆଇପିଏଲ ଟିମ୍‍ ସହିତ ସେଲଫି ନେବାର ସୁଯୋଗ ଦିଆଯିବ। ଏହାବ୍ୟତୀତ ପସନ୍ଦ ଥିବା ଦଳର ଜର୍ସି, ଟୋପି ଏବଂ ବ୍ୟାଟ୍‍ ମଧ୍ୟ ମିଳିବାର ସୁଯୋଗ ରହିଛି। ସବୁଠାରୁ ଖାସ୍‍ କଥା ହେଉଛି ଏହି ଅଫର ସହାର୍ଯ୍ୟରେ ଆପଣଙ୍କୁ ମ୍ୟାଚ୍‍ ଦେଖିବାର ଟିକଟ୍‍ ମଧ୍ୟ ମିଳିପାରିବ।

Comments are closed.