ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଦିବାସୀ ସଂଘ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟଲାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ କୁଟୁରାକେନ୍ଦ ଗ୍ରାମକୁ ସବୁଦିନିଆ ରାସ୍ତା ସହ ବିଭିନ୍ନ ଦାବିରେ ଜିଲା ଆଦିବାସୀ ସଂଘ ପକ୍ଷରୁ ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହା ସହିତ ସଂଘ କର୍ମକର୍ତ୍ତାମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଧାରଣାରେ ବସିଛନ୍ତି। ତେବେ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Comments are closed.