ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଝାରସୁଗୁଡ଼ା ଗ୍ରସ୍ତ

0

ଝାରସୁଗୁଡ଼ା : ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗ୍ରସ୍ତକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଜୋର ସୋରରେ ଆରମ୍ଭ ହୋଇଛି । ପ୍ରଥମେ ଜୁଏଲ ଓରାମ ପରେ ସୁରେଜ ପୂଜାରୀ ଏବଂ ଆଜି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ଗ୍ରସ୍ତରେ ଯାଇଛନ୍ତି ।

ସେଠାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହା ପରେ ମୋଦୀଙ୍କ ଗ୍ରସ୍ତକୁ ନେଇ ହୋଟେଲ ଶଙ୍କର ଠାରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏତିରେ ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତକୁ ସଫଳ କରିବା ନେଇ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ ।

 

Leave A Reply