ଟ୍ରକ୍ ଧକ୍କାରେ ଟ୍ରକ୍ ମେକାନିକ୍ ମୃତ

0

ଝାରସୁଗୁଡା : ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧିଛକ ୯ନଂ ଠାରେ ଟ୍ରକ୍ ଧକ୍କାରେ ଜଣେ ଟ୍ରକ୍ ମେକାନିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମେକାନିକ୍ ଜଣଙ୍କ ବିହାର ରାଜ୍ୟ ଗୟାର ସୁବାସ ବିଶ୍ଵକର୍ମା(୨୨)। ସୁବାସ ଏକ ଟ୍ରକ୍ ଖରାପ ହୋଇଯାଇଥିବା ବେଳେ ତାକୁ ଠିକ୍ କରିବାପାଇଁ ଆସିଥିଲେ। ସେହିସମୟରେ ଅନ୍ୟ ଏକ କୋଇଲା ଟ୍ରକ୍ ସୁବାସକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସୁବାସଙ୍କ ମୃତ୍ୟୁ ଘଟିଛି।  ଗାନ୍ଧିଛକ ଠାରେ ଏକ ଟ୍ରକ୍ ଗ୍ୟାରେଜରେ ସୁବାସ କାମ କରୁଥିଲେ ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବ୍ରଜରାଜନଗର ଏସଡ଼ିପିଓ ନୃପଚରଣ ଡନସନା ସମେତ ବନହରପାଲି ଥାନା ଆଇଆଇସି ବ୍ରଜରାଜନଗର ଆଇଆଇସି ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତିି।

Leave A Reply