ଟାଙ୍ଗିଆ ଚୋଟରେ ଜଣେ ଗୁରୁତର, ଅଭିଯୁକ୍ତ ଗିରଫ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବଢ଼ମାଲ ଥାନା ଅନ୍ତର୍ଗତ ରାମପୁର ପତ୍ରାପାଲି ଗ୍ରାମରେ ସାମାନ୍ୟ ବଚଷାରୁ ଟାଙ୍ଗିଆ ଚୋଟରେ ଜଣେ ଗୁରୁତର ହୋଇଥିବାବେଳେ ଆକ୍ରମଣ କାରୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ପତ୍ରପାଲିରେ ଥିବା ଏକ ଜଳଖିଆ ଦୋକାନରେ କୃଷ୍ଣ ପ୍ରଧାନ (୪୫) ଛିଡ଼ା ହୋଇଥିବାବେଳେ ସେହି ଗ୍ରାମର ଜୀତ ପ୍ରଧାନ(୨୩) ଆସି କୌଣସି କଥାକୁ ନେଇ ଝଗଡ଼ା ଆରମ୍ଭ କରିଥିଲା । ଜଳଖିଆ ଦୋକାନରେ ଥିବା ଏକ ଟାଙ୍ଗିଆ ଆଣି ଜୀତ ପ୍ରଧାନ କୃଷ୍ଣ ପ୍ରଧାନଙ୍କୁ ଆକ୍ରମଣ କରି ଡ଼ାହାଣ ଗୋଡ଼ରେ ଏକ ଚୋଟ ମାରିବାରୁ କୃଷ୍ଣର ଗୋଡ଼ର ହାଡ଼ ଭାଙ୍ଗି ପଡ଼ିଥିଲା । ସ୍ଥାନୀୟ ଲୋକେ ଜୀତ ପ୍ରଧାନକୁ କାବୁ କରିନେଇ ପୋଲିସକୁ ଦେଇଥିଲେ । ଗୁରୁତର ହୋଇଥିବା କୃଷ୍ଣ ପ୍ରଧାନଙ୍କୁ ପ୍ରଥମେ ଝାରସୁଗୁଡ଼ା ସଦର ଡ଼ାକ୍ତର ଖାନା ଓ ପରେ ବୁର୍ଲା ସ୍ଥାନାନ୍ତରୀତ କରାଯାଇଛି ।

Leave A Reply