ବିଜେପିରେ ପ୍ରାର୍ଥୀ ଚୟନ ନେଇ ମାତାମତ ସଂଗ୍ରହ ବେଳେ ହଟ୍ଟଗୋଳ

0

ଝାରସୁଗୁଡ଼ା : ଶନିବାର ବଜେପିର ପ୍ରାର୍ଥୀ ଚୟନ କରାଯିବାନେଇ ଚାଲିଥିବା ମତଦାନ ସଂଗ୍ରହ ବେଳେ ହଟ୍ଟଗୋଳ ହୋଇ ତାହା ଉଗ୍ରରୂପ ନେବାପରେ ପ୍ରାର୍ଥୀ ଚୟନ ବନ୍ଦ ହୋଇଯାଇଛି । କିଛିଦିନ ପୂର୍ବରୁ କେତେକ ଅସନ୍ତୁଷ୍ଠ ଗୋଷ୍ଠୀ ଜିଲାରେ କେତେକ ବ୍ୟକ୍ତି ବିଶେଷଙ୍କୁ ଟିକଟ ଦେଲେ ଆଗାମୀ ଦିନରେ ସେମାନେ ସାମୁହିକ ଇସ୍ତଫା ଦେବେ ବୋଲି ପାର୍ଟୀ ହାଇକମାଣ୍ଡକୁ ଲିଖିତ ଭାବରେ ଜଣାଇଥିଲେ । ରଜ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ନିର୍ଦ୍ଦେଶରେ ଝାରାସୁଗୁଡ଼ା ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଆଗାମୀ ବିଧାନ ସଭା ଓ ଲୋକସଭା ପାଇଁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ତିନି ଜଣଙ୍କ ନାମ ଦେବାକୁ କୁହାଯାଇଥିଲା । ଏହି ତିନିଜଣଙ୍କ ମଧ୍ୟରୁ ଯାହାର ଅଧିକ ଭୋଟ ରହିବ ତାଙ୍କୁ ଦଳ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଯିବାର ଥିଲା ।

ଶନିବାର ଝାରସୁଗୁଡ଼ା ସହରର ହୋଟେଲ ୟୋଗେନ୍ଦ୍ର ରେସିଡେନ୍ସିରେ ବିଜେପି ତରଫରୁ ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଧାନସାଭା ନିର୍ବାଚନରେ ପ୍ରର୍ଥୀ ପାଇଁ ମତାମତ ଗ୍ରହଣ କରିବା ପାଇଁ ସ୍ଥିର କରାଯାଇଥିଲା । ଗୋଟିଏ କାଗଜରେ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ତିନି ଜଣଙ୍କ ନାମ ଦିଆଯିବାର ଥିଲା ଏବଂ ସେହି ଚିଟ୍ ଗୁଡିକୁ ଗୋଟିଏ ଭୋଟ ବାସ୍କରେ ଭର୍ତ୍ତିକରି ରାଜ୍ୟ କାର୍ଯ୍ୟକାରୀଣିରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିଲା । ମତାମତ ସଂଗ୍ରହ କାର୍ଯ୍ୟକ୍ରମକୁ ସୁଚାର ଭାବେ ତୁଳାଇବାପାଇଁ ରାଜ୍ୟ ନେତୃତ୍ୱ ମଣ୍ଡଳୀରୁ ସୁରମା ପାଢ଼ୀ , ଲୋକସଭା ସଞ୍ଚାଳନ ସମିତିର ପ୍ରଭାରୀ ଶିମାଞ୍ଚଳ ଖଟାଇ, ଝାରସୁଗୁଡ଼ା ବିଧାନସଭା ପ୍ରଭାରୀ ରଘୁନନ୍ଦନ ପଣ୍ଡା , ବ୍ରଜରାଜନଗର ବିଧାନସଭା ପ୍ରଭାରୀ ସୁନିଲ ପଣ୍ଡା ଏବଂ ବ୍ରଜରାଜଗର ବିଧାୟୀକା ତଥା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାନେତ୍ରୀ ରାଧାରାଣୀ ପଣ୍ଡା ଏବଂ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ମତାମତ ସଂଗ୍ରହ ଚାଲିଥିଲା ବେଳେ ଦୁଇଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ହଟ୍ଟଗୋଳ ହେବାରୁ ବିଧାୟିକା ରାଧାରାଣୀ ପଣ୍ଡା କକ୍ଷ ତ୍ୟାଗ କରିଥିଲେ । ଫଳରେ ଏହି ଗୁପ୍ତ ମତାଦାନ ବନ୍ଦ ହୋଇଯାଇଥିଲା । ଏନେଇ ଝାରସୁଗୁଡ଼ା ବିଜେପି ସଭାପତି ତଥା ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପଚାରିବାରୁ ଏହି ମତଦାନ ଜିଲା କାର୍ୟ୍ୟକାରୀଣୀ ସଦସ୍ୟ, ମଣ୍ଡଳ କର୍ମକର୍ତ୍ତା ୯୧ ଜଣ ଏକଜୁକ୍ୟୁଟିଭ ସଦସ୍ୟ କିଛି ପୁରୁଖା ନେତାମାନେ ମତଦାନ ଦେବା କଥା କିନ୍ତୁ କେତେକ ଲୋକ ବିଭିନ୍ନ ଗ୍ରାମରୁ ଗାଡ଼ିଲଗାଇ ଲୋକଙ୍କୁ ଡ଼ାକିଆଣିଥିଲେ । ଏମିତି ଲୋକ ମଧ୍ୟ ଏହି ମତଦାନରେ ଥିଲେ ଯେଉଁମାନେ ବିଜେପିର ସଦସ୍ୟ ନୁହଁନ୍ତି କିମ୍ବା ବିଜେପିର କୌଣସି କାର୍ୟୟକ୍ରମରେ ଉପସ୍ଥିତ ରହନ୍ତି ନାହିଁ । ଦଳରୁ ବରଖାସ୍ତ କରାଯାଇଥିବା ବ୍ରଜରାଜନଗର ତିନିଜଣ ମହିଳା ଆସି ତାଙ୍କର ଭୋଟ ସାବସ୍ୟ କରିବାକୁ ଚାହିଁବାରୁ ଏହାକୁ ନେଇ କିଛି ଲୋକ ବିରୋଧ କଲେ । ଏହି ହଟ୍ଟଗୋଳରେ ଯାହା ମତାଦାନ ହୋଇଥିଲା ସେତକ ଧରି ରାଜ୍ୟ କାର୍ୟ୍ୟକାରିଣୀର ସଦସ୍ୟ ମାନେ ଫେରିଯାଇଥିବା ବିଧାୟିକା ରାଧାରାଣୀ ପଣ୍ଡା କହିଛନ୍ତି । ଆଗାମୀ ଦିନରେ ଝାରସୁଗୁଡ଼ା ବିଜେପିର ରାଜ୍ୟ ନେତୃବୃନ୍ଦ କଣ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ସମୟ କହିବ । ତେବେ ଝାରସୁ୍ଗୁଡ଼ା ବିଜେପିରେ ଲାଗିଥିବା କନ୍ଦଳ ଏବେ ଖୋଲାଖୋଲି ଭାବରେ ରାସ୍ତାଘାଟରେ ପଡ଼ିଥିବା ନେଇ ଜିଲାରେ ଚର୍ଚ୍ଚା ଯୋର ଧରିବାରେ ଲାଗିଛି ।

Leave A Reply