ମହୁଲ ଗୋଟାଇବାକୁ ନେଇ ବୃଦ୍ଧକୁ ଟାଙ୍ଗିଆରେ ଆକ୍ରମଣ

ଝାରସୁଗୁଡା : ଜିଲ୍ଲା ଲଇକେରା ଥାନା ଅଂଚଳରେ ଜମିକୁ କେନ୍ଦ୍ରକରି ଝଗଡା ହୋଇଥିବା ଜଣାପଡିଛି। ଏହି ଝଗଡାରେ ଜଣେ ଯୁବକ ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛି। ଗୁରୁବାର ସକାଳେ ଜଗତରାମ ବେରିହା (୭୦) ନୀତିଦିନ ପରି ମହୁଲ ଗୋଟାଇବାକୁ ଯାଇଥିଲେ। ସେହି ମହୁଲ ଗଛ ଥିବା ଜମିକୁ ନେଇ ତହସିଲ ଧୁରୁଆ(୪୫) ବଚସା କରିଥିଲା । ବଚସା ଉଗ୍ର ହେବାରୁ ତହସିଲ ଧୁରୁଆ ନିଜ ସାଙ୍ଗରେ ଧରିଥିବା ଟାଙ୍ଗିଆରେ ଜଗତରାମ ବେରିହାକୁ ଆକ୍ରମଣ କରିଥିଲା। ଫଳରେ ଜଗତରାମଙ୍କର ଘଟଣା ସ୍ଥଳରେ ମୃତ୍ୟ ଘଟିଛି। ଲଇକେରା ପୋଲିସ ତହସିଲ ଧୁରୁଆକୁ ଅଟକ ରଖି ତଦନ୍ତ ଚଲାଇଛି ।

Comments are closed.