ବାଇକ ଉପରେ ଚଢ଼ିଗଲା ହାଇୱା, ଜଣେ ମୃତ

0

ଝାରସୁଗୁଡା : ଏମସିଏଲ ଅଧିନସ୍ଥ ଇବ ଭ୍ୟାଲି କୋଇଲା କ୍ଷେତ୍ର ଲଜକୁରା କୋଇଲା ଖଣି ସିଏଚପି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଲଜକୁରା କୋଇଲା ଖଣିରେ କୋଇଲା ଖନନ ଓ ପରିବହନ ଏକ ଠିକା ସଂସ୍ଥାର ହାଇବା ହଠାତ ଯାଉଥିବା ସମୟରେ ସେହି ସଂସ୍ଥାର ଜଣେ କର୍ମଚାରୀ ହାଇବା ପଛ ପଟେ ଆସୁଥିବା ସମୟରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଆହତ କର୍ମଚାରୀଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସରକାରୀ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଯାଇଥିଲା।

Leave A Reply