ଠିକାଦାରଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ସ୍ଥିତ ଏକାତାଲିରେ ମାଫିଜୁଲ ରହେମାନ (୩୨) ନାମକ ଜଣେ ଠିକରାଦାରଙ୍କୁ ପଥରରେ ଛେଚି  ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଖବର ପାଇ ବିଟିଏମ ଫାଣ୍ଡି ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସର ପ୍ରାର୍ଥମିକ ତଦନ୍ତ ଅନୁଯାୟୀ, ମାଫିଜୁଲ ରହେମାନ ପଶ୍ଚିମବଙ୍ଗର ମୁରଶିଦାବାଗ ଅଞ୍ଚଳର ବୋଲି ଜଣାପଡ଼ିଛି। ମାଫିଜୁଲ ତାଙ୍କ ଅନ୍ୟ ୬ ଜଣ ସହଯୋଗୀ ସହ ଏକତାଲିରେ ଏକ ଭଡ଼ା ଘରେ ରହୁଥିଲେ। କୌଣସି ବିଷୟକୁ ନେଇ ଯୁକ୍ତି ହେବାରୁ ୨ ଦିନ ପୂର୍ବେ ୫ ଜଣ ସହଯୋଗୀ ଅନ୍ୟତ୍ର ଚାଲିଯାଇଥିଲେ। ମାଫିଜୁଲ କେବଳ ଜଣେ ସଂଯୋଗୀ ସହ ରହୁଥିଲେ।

Comments are closed.