ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ (ଆଇଏଲଏସ) ଇନଷ୍ଟ୍ରୁମେଣ୍ଟ ଲେଣ୍ଡିଂ ସିଷ୍ଟମ

ବୁର୍ଲା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସନ୍ତା ଡିସେମ୍ବର ସୁଦ୍ଧା (ଆଇଏଲଏସ୍) ବା ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଙ୍ଗ ସିଷ୍ଟମ ଲଗିବା ନେଇ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ. କେ. ଚୌହାନ ସୂଚନା ଦେଇଛନ୍ତି। ଆଇଏଲଏସ୍ ବ୍ୟବସ୍ଥା କରାଗଲେ ଯେକୌଣସି ପାଗରେ ମଧ୍ୟ ବିମାନ ଅବତରଣ କରିପାରିବ। ଏତଦ୍ ବ୍ୟତୀତ ଭୁବନେଶ୍ୱର ବିମାନ ବନ୍ଦର ସାମୟିକ ବନ୍ଦ ପରେ ଯଦି ବିମାନକୁ ଝରସୁଗୁଡାରେ ଅବତରଣ କରାଯାଏ ତେବେ ଝାରସୁଗୁଡା ବିମାନ ବନ୍ଦରରେ ସସସ୍ତ ବ୍ୟବସ୍ଥା ରହିଛି। ୨୪ଘଣ୍ଟା ଝାରସୁଗୁଡ଼ା ବିମାନ ବନ୍ଦର ଅପରେଟ କରାଯିବାର ସୁବିଧା ଥିବା ନେଇ ମଧ୍ୟ ସମ୍ବଲପୁର ଲିଡ଼ରସିପ କନକ୍ଲେଭ ଉତ୍ସବରେ ଯୋଗଦାନ ଅବସରରେ ଚୌହାନ ଏହା କହିଛନ୍ତି।

Comments are closed.