ଝାରସୁଗୁଡାରୁ ଆନ୍ତରାଜ୍ୟ ଡକାୟତ ଗିରଫ

0

ଝାରସୁଗୁଡା: ୧୦ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଝାରସୁଗୁଡା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୪୪ ହଜାର ଟଙ୍କା, ୩ଟି ଖଣ୍ଡା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୬ଟି ଲୁହାରଡ଼, ୭ଟି ମୁଖା ଓ ୧୧ଟି ମୋବାଇଲ ଫୋନ୍ ପୁଲିସ ଜବତ କରିଛି। ଗତକାଲି ରାତିରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡ ନିକଟରେ ଡକାୟତମାନେ ଏକତ୍ରିତ ହୋଇ ଏକ ବଡ ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ସମୟରେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ଗିରଫ ଡକାୟତମାନଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ହୋଇଥିବା ବେଳେ ତିନିଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଡକାୟତ ଦଳ ରାଜ୍ୟର ପ୍ରମୁଖ ସହରମାନଙ୍କରେ ବଡ଼ବଡ଼ ଡକାୟତି କରିଥିବା ପୁଲିସ ସୂଚନା ଦେଇଛି। ଏହି ଦଳର ସଦସ୍ୟ ମୁଖ୍ୟତଃ ବ୍ୟାଙ୍କ ସମ୍ମୁଖରେ ରହି ଗ୍ରାହକଙ୍କ ଗତିବିଧି ଲକ୍ଷ୍ୟ କରି ସେମାନଙ୍କ ଠାରୁ ଲୁଟ୍ କରୁଥିବା ଜଣାପଡିଛି । ଆଗକୁ ଏହି ଅପରାଧୀ ମନେ ମିଶି ଏକ ବଡ଼ ଅପରାଧ କରିଥାନ୍ତେ ବୋଲି ଝାରସୁଗୁଡା ଏସ.ପି.ଓ କୈଳାସ ଆଚାର୍ୟ୍ୟ ସୂଚନା ଦେଇଛନ୍ତି।

Leave A Reply