୨୨ରେ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ ; ପ୍ରଧାନମନ୍ତ୍ରୀଙ୍କ ଆଗମନ ପ୍ରସ୍ତୁତି

0

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ ଆସନ୍ତା ୨୨ ତାରିଖରେ ହେବ ବୋଲି ଆପାତତଃ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‍ଘାଟନ କରିବେ। ବିମାନବନ୍ଦର ଉଦ୍‍ଘାଟନ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଏଯାଏ କୌଣସି ଚିଠି ଆସିନାହିଁ। କିନ୍ତୁ ଆସନ୍ତା ୨୨ ତାରିଖ ଉଦଘାଟନ ପାଇଁ ପ୍ରସ୍ତୁତ ରହିବାକୁ ଫୋନ ମଧ୍ୟମରେ ଉଚ୍ଚପଦସ୍ତ ଅଧିକାରୀମାନେ ଜଣାଇଥିବା ଝାରସୁଗୁଡ଼ା ଏୟାରପୋର୍ଟ ଡାଇରେକ୍ଟର ଏସ୍‍.କେ. ଚୌହାନ ଜଣାଇଛନ୍ତି। ବୁଧବାର ବରଗଡ଼ ସାଂସଦ ଡ଼ା. ପ୍ରଭାସ ସିଂ ଝାରସୁଗୁଡ଼ା ବିମାନବନ୍ଦର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରକାଶ ଥାଉକି ଗତ ମାସ ୩୧ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବେସମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏ୩୨୦ ଏୟାର ବସ୍‍ ଚଳାଚଳ ପାଇଁ ଦରକାର ପଡୁଥିବା ୪-ସି ଲାଇସନ୍ସ ପ୍ରଦାନ କରାଯାଇଛି। ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡ଼ା, ସୁନ୍ଦରଗଡ଼,ସମ୍ବଲପୁର, ଦେବଗଡ଼, ବରଗଡ଼ ଭଳି କେତେକ ନିକଟତମ ଜିଲା ବାସୀ ବିମାନ ସେବା ପାଇବା ସହିତ କେତେକ ଜିଲାରେ ଥିବା ଶିଳ୍ପ ସଂସ୍ଥା ବ୍ୟବସାୟ ବିକାଶ ଦିଗରେ ଏହି ବିମାନବନ୍ଦର ଖୁବ ସହାୟକ ହେବ। ଆସନ୍ତା ୨୨ ତାରିଖରେ ଏହି ବିମାନବନ୍ଦର ଉଦଘାଟନ ହେଲେ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଘଟିବାରେ ସହାୟକ ହେବ।

Leave A Reply