ଫେଥାଇ ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଓଡ଼ିଶାର ଏକ ଶିଳ୍ପ ଶମୃଦ୍ଧ ଜିଲା ସହିତ କୃଷି ପ୍ରଧାନ ଜିଲା ଭାବରେ ପରିଚିତ। ଏହି ଜିଲାର ସର୍ବାଧିକ ଚାଷୀ ଚାଷ ପ୍ରତି ନିର୍ଭର କରି ନିଜ ପରିବାର ପୋଷଣ କରିଥାନ୍ତି । ତେବେ ଗତ କିଛି ବର୍ଷ ଲଗାତାର ଭାବରେ ଅଞ୍ଚଳରେ ଅଦିନିଆ ବର୍ଷା, ସ୍ୱଳ୍ପ ବର୍ଷା, ଚକଡ଼ା ପୋକ, ବିଭିନ୍ନ ପ୍ରକାର ରୋଗ ଆଦିରେ ପ୍ରଭାବିତ ହୋଇ ଚାଷୀମାନେ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି । ଏହା ପାଇଁ ଦିନକୁ ଦିନ ଅଞ୍ଚଳର ଅନେକ ଚାଷୀ ଚାଷ ପ୍ରତି ହତାସ ହୋଇ ସମ୍ପୂର୍ଣ୍ଣ ଭାଙ୍ଗି ପଡୁଛନ୍ତି । ନିକଟରେ ହୋଇଥିବା ‘ଫେଥାଇ’ ଘୁର୍ଣ୍ଣି ଝଡ଼ ବର୍ଷାର ପ୍ରଭାବ ତଥା ଅଦିନିଆ ବର୍ଷା ଯୋଗୁ ଲଖନପୁର ବ୍ଲକ ଅଞ୍ଚଳର ଅନେକ ଚାଷୀଙ୍କ ବ୍ୟାପକ ଫସଳ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଅଞ୍ଚଳର ଅନେକ ଚାଷୀ ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଖରିଫ ଫସଲରେ ମରୁଡ଼ିର ସମ୍ମୁଖୀନ ହୋଇଛନ୍ତି । ତେବେ ଚାଷୀ ନିଜ ଫସଲକୁ ବହୁ କଷ୍ଟ ସାଧ୍ୟ କରି ବଞ୍ଚାଇ ମାତ୍ର କିଛି ଫସଲ ଅମଳ କରିବା ପାଇଁ ଆଶା ରଖିଥିଲେ । ସେହିପରି ସୀମାନ୍ତ କନକତୋରା ଅଞ୍ଚଳରେ ମରୁଡି ପ୍ରଭାବରେ ବହୁ କଷ୍ଟ ବଞ୍ଚାଇଥିବା ଧାନ ଫସଳକୁ ଚାଷୀ ହାତରୁ ‘ପେଥାଇ’ ଛଡ଼ାଇ ନେଇଥିବା ପରିଲକ୍ଷିତ ହୋଇଛି । କନକତୋରା ଗ୍ରାମର ଚାଷୀ ମୀନକେତନ ସାହୁ ମରୁଡ଼ି ପ୍ରଭାବରୁ ନିଜ ଫସଲକୁ ବଞ୍ଚାଇଥିବା ପ୍ରାୟ ୨ ଏକର ଧାନ ଫସଲ ‘ପେଥାଇ’ ପ୍ରଭାବରେ ଅଧିକାଂଶ ଫସଲ ଗଜା ହୋଇ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ପ୍ରକାଶଥାଉକି, ଗତ ବର୍ଷ ଚାଷୀ ମୀନକେତନଙ୍କ ଧାନ ଫସଳରେ କୌଣିସି ପ୍ରକାରରେ ନିଆ ଲାଗି ବ୍ୟାପକ ଫସଲ ନଷ୍ଟ ହୋଇଯାଇଥିଲା । ସେତେବେଳେ କ୍ଷତିପୂରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ବର୍ତମାନ ସୁଦ୍ଧା ତାଙ୍କୁ କ୍ଷତିପୂରଣ ବାବଦକୁ କୈଣସି ଆର୍ଥିକ ସହାୟତା ମିଳିନଥିବା ଚାଷୀ ମୀନକେତନ ‘ସମାଜ’ର ସ୍ୱତନ୍ତ୍ର ସାକ୍ଷାତକାରରେ ଦୁଃଖ ପ୍ରକାଶ କରିଛନ୍ତି । ଲଖନପୁର ଅଂଚଳରେ ଚାଷୀଙ୍କ ବର୍ଷକର କଠିଣ ପରିଶ୍ରମର ଫଳ ଶୂନ୍ୟ ଭଳି ପରିସ୍ଥିତି ଦେଖିବାକୁ ମିଳିଛି ।

Leave A Reply