ପୁଲିସ-ମାଓବାଦୀ ଗୁଳିବିନିମୟ : ୪ପୁଲିସ ସହିଦ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ପୁଲିସ-ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ଜଣ ପୁଲିସ କର୍ମୀ ସହିଦ୍ ହୋଇଥିବା ଜଣାପଡିଛି। ଚାନ୍ଦୱା ପୁଲିସ୍‌ ଥାନା ଅଧୀନରେ ଏକ ୪ ଚକିଆ ଗାଡ଼ିରେ ପୁଲିସ୍‌ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ନକ୍ସଲମାନେ ପୁଲିସ୍‌ଗାଡ଼ିକୁ ଘେରିଯାଇ ଆକ୍ରମଣ କରିଥିଲେ।

ଝାଡ଼ଖଣ୍ଡରେ ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭା ପାଇଁ ଆସନ୍ତା ୩୦ ତାରିଖରୁ ବିଧାନସଭା ନିର୍ବାଚନ ହେବ। ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଡିସେମ୍ବର ୨୩ରେ ସରିବ।

Comments are closed.