ବାଲିଗଦା ତଳୁ ମିଳିଲା ନିଖୋଜ ଥିବା ୨ ଶିଶୁଙ୍କର ମୁଣ୍ଡ ବିହୀନ ଶବ, ବଳି ଦିଆଯାଇଥିବା ସନ୍ଦେହ

ରାଞ୍ଚି . – ଝାଡଖଣ୍ଡର ଲାତୋହରର ମାନିକା ସେମରାହଟ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଖୋଜ ଥିବା ୨ ଜଣ ଶିଶୁଙ୍କର ମୃତ ଦେହ ଏକବାଲି ଗଦା ତଳୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଶିଶୁମାନଙ୍କୁ ତାଙ୍କର ପରିବାର ଲୋକ ଖୋଜା ଖୋଜି କରିଥିଲେ। ଏକ ବାଲିଗଦାରେ ଗୋଟିଏ ଶିଶୁର ପାଦ ଦେଖାଯାଇଥିଲା । ଏହାପରେ ସେମାନେ ବାଲି ଆଡାଇବା ରୁ ଦୁଇଜଣ ଶିଶୁଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ହେଲେ ସେମାନଙ୍କର ମୁଣ୍ଡ ନଥିଲା । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶିଶୁଙ୍କ ପରିବାର ଲୋକ ଏହି ଦୁଇଜଣଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି ।

ନିଖୋଜ ହୋଇଥିବା ଶିଶୁ ଦୁଇ ଜଣ ଅଲଗା ଅଲଗା ପରିବାରର । ଏଥିରେ ସେହି ଗ୍ରାମର ସୁନୀଲ ନାମକ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୁନୀଲର ଘର ପଛପଟୁ ଏହି ଶିଶୁମାନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ପୁଲିସ ତଦନ୍ତ ସମୟରେ ତାହାର ଘର ଭିତରୁ ରକ୍ତ ଛିଟା ମିଳିଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ପୁଲିସ ମୁତୟନ କରାଯାଇଛି ।

Comments are closed.