ଧଡ଼କ୍‍ ମୁକ୍ତିଲାଭ ପୂର୍ବରୁ ତିରୁପତିରେ କପୁର ପରିବାର

0

ଚଳିତ ମାସ ୨୦ ତାରିଖରେ ଜାହ୍ନବୀ କପୁରଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ଧଡ଼କ୍‍’ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଜାହ୍ନବୀ ତାଙ୍କ ପିତା ବୋନି କପୁର ଓ ଭଉଣୀ ଖୁସି କପୁରଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିବା ଖବର ମିଳିଛି। ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ମଙ୍ଗଳ ମନାସି ଜାହ୍ନବୀ ପିତାଙ୍କ ସହ ତିରୁପତି ଯାଇଥିବା କୁହାଯାଇଛି। ପୂଜାର୍ଚ୍ଚନା ସମୟରେ ସେଠାରେ ଦୁଇ କପୁର ଭଉଣୀ ଶାଢିରେ ନଜର ଆସିଥିଲେ। ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଓ ଭିଡ଼ିଓ ଦେଖିବାକୁ ମିଳିଛି।
ଏହି ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ସାଥିରେ ଈଶାନ୍‍ ଖଟ୍ଟର୍‍ଙ୍କୁ ଦେଖିବାକୁ ମିଳିବ ଯେ କି ପୁର୍ବରୁ ‘ବିୟଣ୍ଡ୍‍ ଦ କ୍ଲାଉଡ୍ସ’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ବହୁତ ପ୍ରଶଂସା କରାଯାଇଛି। ଏହା ମରାଠୀ ଚଳଚ୍ଚିତ୍ର ସୈରାଟର ହିନ୍ଦୀ ରିମେକ୍‍ ଅଟେ। ଏହାକୁ ଶଶାଙ୍କ ଖେତନ ନିର୍ଦ୍ଦେଶନା ଦେଇଛନ୍ତି ଯିଏ ପୂର୍ବରୁ ‘ବଦ୍ରୀନାଥ କି ଦୁଲ୍‍ହନିଆ’ ଓ ‘ହମ୍ପ୍‍ଟି ଶର୍ମା କି ଦୁଲ୍‍ହନିଆ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଶଶାଙ୍କଙ୍କ ନିର୍ଦ୍ଦେଶିତ ପୂର୍ବ ଦୁଇ ଚଳଚ୍ଚିତ୍ର ବହୁତ ଲୋକପ୍ରିୟତା ହାସଲ କରିଥିଲ। ଆଶା କରାଯାଉଛି ତାଙ୍କର ନୂଆ ଚଳଚ୍ଚିତ୍ରକୁ ମଧ୍ୟ ଲୋକେ ପସନ୍ଦ କରିବେ।

Leave A Reply