ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇ

0

ରାଣୀ ଲକ୍ଷ୍ମୀବାଇ ରାଜ୍ୟ ଝାନ୍‌ସୀର ରାଣୀ ଥିଲେ। ଏହି ରାଜ୍ୟ ଉତ୍ତର-ମଧ୍ୟ ଭାରତରେ ଅବସ୍ଥିତ। ରାଣୀ ଲକ୍ଷ୍ମୀବାଇ ୧୮୫୭ର ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ଥିଲେ। ସେ ଅଳ୍ପ ବୟସରେ ବିଟ୍ରିଶ ସାମ୍ରାଜ୍ୟ ବିରୋଧରେ ସଶସ୍ତ୍ର ଲଢେଇ କରିଥିଲେ।

ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ବାରାଣାସୀର ଭଦ୍ରୋଣୀ ନାମକ ସ୍ଥାନରେ ହୋଇଥିଲା। ତାଙ୍କ ପିଲା ଦିନର ନାମ ମଣିକର୍ଣିକା ଥିଲା। କିନ୍ତୁ ତାଙ୍କୁ ମନୁ ଡକାଯାଉଥିଲା। ତାଙ୍କ ପିତାଙ୍କ ନାମ ମୋରୋମ୍ପଓ ମା’ ଙ୍କ ନାମ ଭାଗୀରଥି ବାଇ ଥିଲା। ମନୁଙ୍କ ପିତାମାତା ମହାରାଷ୍ଟ୍ରରୁ ଝାନ୍‌ସୀ ଆସିଥିଲେ। ମନୁ ଚାରି ବର୍ଷର ହୋଇଥିବା ବେଳେ ତାଙ୍କ ମା’ ଙ୍କର ମୃତ୍ୟୁ ହୋଇଯାଇଥିଲା। ମନୁଙ୍କ ପିତା ମରାଠୀ ଥିଲେ ଓ ମରାଠର ବାଜିରାଓଙ୍କ ସେବାରେ ନିୟୋଜିତ ଥିଲେ। ମା’ ଙ୍କ ମୃତ୍ୟୁ ପରେ ମନୁଙ୍କ ସମସ୍ତ ଦାୟୀତ୍ୱ ତାଙ୍କ ପିତା ବହନ କରିଥିଲେ। ମନୁଙ୍କ ପିଲାବେଳର ଶିକ୍ଷା ନିଜ ଘରେ ସପୂର୍ଣ୍ଣ ହୋଇଥିଲା।  ପିଲାବେଳରୁ ଶାସ୍ତ୍ର ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରୁଥିଲେ।

ମାତ୍ର ୮ବର୍ଷ ବୟସରେ ମନୁଙ୍କ ବିବାହ ଝାନ୍‌ସୀର ରାଜା ଗଙ୍ଗାଧର ରାଓଙ୍କ ସହ ହୋଇଥିଲା। ତାପରେ ସେ ଝାନ୍‌ସୀର ରାଣୀ ହୋଇଥିଲେ। ବିବାହ ପରେ ତାଙ୍କ ନାମ ଲକ୍ଷ୍ମୀବାଇ ରଖା ଯାଇଥିଲା। ୧୮୫୧ ମସିହାରେ ଲକ୍ଷ୍ମୀବାଇ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସେହି ପୁତ୍ରର ନାମ ଦାମୋଦର ରାଓ ରଖାଯାଇଥିଲା। ମାତ୍ର ୪ମାସ ପରେ ତାଙ୍କ ପୁତ୍ରର ମୃତ୍ୟୁ ହୋଇଯାଇଥିଲା। ତାପରେ ସେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିଥିଲେ। ରାଜାଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୋଷ୍ୟ ସନ୍ତାନର ନାମ ଦାମୋଦର ରାଓ ରଖିଥିଲେ।

ଇଂରେଜ ମାନେ ରାଣୀ ଲକ୍ଷ୍ମୀବାଇଙ୍କ ଠାରୁ ତାଙ୍କ ରାଜ୍ୟ ଛଡାଇ ନେବାକୁ ଚାହୁଁଥିଲେ। ରାଣୀ ଲକ୍ଷ୍ମୀବାଇ ନିଜ ରାଜ୍ୟର ଶାସନ ଭାର ସୁଚାର ରୂପେ ଚଳାଉଥିଲେ। ତେଣୁ ପ୍ରଜାମାନଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ବିଟ୍ରିଶ ସରକାର ରାଜ୍ୟ ଛଡାଇ ନେବାକୁ ଯୁଦ୍ଧ କରିଥିଲେ। ବିଟ୍ରିଶ ସରକାର ଯୁଦ୍ଧ ସମୟରେ ରାଜ୍ୟର ସମସ୍ତ ସମ୍ପତ୍ତି ନିଜ ଜବତ କରି ନେଇଥିଲେ। ତାଙ୍କ ସ୍ୱାମୀଙ୍କ କରଜ ଟଙ୍କାକୁ ରାଣୀ ଲକ୍ଷ୍ମୀ ଶୁଝିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାର ପରିଣାମ ସ୍ୱରୂପ ରାଣୀଙ୍କୁ ଝାନ୍‌ସୀ କିଲ୍ଲା ଛାଡି ରାଣୀମହଲ ଯିବାକୁ ପଡିଥିଲା।

ମାର୍ଚ୍ଚ ୧୮୫୪ରେ ରାଣୀ ଲକ୍ଷ୍ମୀବାଇଙ୍କୁ କିଲ୍ଲା ଛାଡିବା ପୂର୍ବରୁ ୬୫୦୦୦ ଟଙ୍କା ଦେବାକୁ ଆଦେଶ ଦିଆଯାଇଥିଲା। କିନ୍ତୁ ଏ ସବୁ ପରେ ମଧ୍ୟ ରାଣୀ ହାରି ଯାଇ ନ ଥିଲେ। ଝାନ୍‌ସୀର ରକ୍ଷା ପାଇଁ ପ୍ରତିଜ୍ଞାବଧ ହୋଇ ଯୁଦ୍ଧ କରିଥିଲେ। ଯୁଦ୍ଧ କରିବା ସମୟରେ ରାଣୀ ଅତ୍ୟନ୍ତ ଗୁରୁତର ହୋଇଯାଇଥିଲେ। ମାତ୍ର ସେ ସାହାସର ସହିତ ଯୁଦ୍ଧ କରିଥିଲେ। ଯୁଦ୍ଧ କରିବା ସମୟରେ ରାଣୀ ଘୋଡାରୁ ପଡିଯାଇଥିଲେ। ତାଙ୍କ ମୃତ୍ୟୁ ପରେ ବିଟ୍ରିଶମାନେ ତାଙ୍କ ପିତାଙ୍କୁ ଗିରଫ କରିଥିଲେ। ବିଟ୍ରିଶର କିଛି ଅଧିକାରୀମାନେ ତାଙ୍କୁ ଝାନ୍‌ସୀର ରାଣୀ ଲକ୍ଷ୍ମୀବାଇ ବୋଲି ଡାକୁଥିଲେ।

Leave A Reply